ଡାହାଣୀ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା
ରାଞ୍ଚି: ଡାହାଣୀ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଶବ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲା ହତ୍ୟାକାରୀ। ଏପରି କିଛି ଜଙନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ବନ୍ଦଗାଁଓରେ। ଗତ ୧୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଡୁଗୁଲୁ ପୂର୍ତ୍ତି (୫୭), ତାଙ୍କ ସ୍ତ୍ରୀ ଶୁକବରୋ ପୂର୍ତ୍ତି ଓ ତାଙ୍କର ୨୪ ବର୍ଷୀୟ ଝିଅ।ଡୁଗୁଲୁ ତାଙ୍କ ସ୍ତ୍ରୀ ଓ ଝିଅ […]

ରାଞ୍ଚି: ଡାହାଣୀ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଶବ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲା ହତ୍ୟାକାରୀ। ଏପରି କିଛି ଜଙନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ବନ୍ଦଗାଁଓରେ। ଗତ ୧୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଡୁଗୁଲୁ ପୂର୍ତ୍ତି (୫୭), ତାଙ୍କ ସ୍ତ୍ରୀ ଶୁକବରୋ ପୂର୍ତ୍ତି ଓ ତାଙ୍କର ୨୪ ବର୍ଷୀୟ ଝିଅ।ଡୁଗୁଲୁ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଧାରୁଆ ଅସ୍ତ୍ରରେ ସେମାନଙ୍କର ମୁଣ୍ଡ ଗୁଣ୍ଡିକୁ ଅଲଗା କରି ଦେଇଥିଲେ। ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିଦେବା ପାଇଁ ୩ ଜଣଙ୍କ ମୃତଦେହକୁ ଜଙ୍ଗଲରେ ପିଙ୍ଗି ଦେଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍ ଖଣ୍ଡବିଖଣ୍ଡିତ ଶବଗୁଡ଼ିକୁ ଜବତ କରିବା ସହ ଦୁର୍ବୃର୍ତ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଗୁଣିଗାରେଡି ଜନିତ ହତ୍ୟା ବୋଲି ପୁଲିସ୍ କହୁଥିବା ବେଳେ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ଗ୍ରାମବାସୀଙ୍କ ତଥ୍ୟ ଅନୁସାରେ ଜଣାପଡୁଛି।