ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର, ଦୁର୍ଦ୍ଧାନ୍ତ ମାଓ ନେତାଙ୍କ ସହ ୨୬ରୁ ଉର୍ଦ୍ଧ୍ବ ମାଓବାଦୀ ସଫା
ଛତିଶଗଡ଼ : ଭୁଶୁଡ଼ୁଛି ଲାଲଗଡ଼। ମାଓବାଦୀଙ୍କୁ ମୂଳପୋଛ କରିବାକୁ ଅଣ୍ଟା ଭିଡିଛନ୍ତି ସୁରକ୍ଷାବାହିନୀ । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓ ଦମନ ଅପରେସନ୍ । ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ୨୬ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ମଧ୍ୟ ନାରାୟଣପୁର, ବୀଜାପୁର ଓ ଦନ୍ତେୱାଡାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ […]

ଛତିଶଗଡ଼ : ଭୁଶୁଡ଼ୁଛି ଲାଲଗଡ଼। ମାଓବାଦୀଙ୍କୁ ମୂଳପୋଛ କରିବାକୁ ଅଣ୍ଟା ଭିଡିଛନ୍ତି ସୁରକ୍ଷାବାହିନୀ । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓ ଦମନ ଅପରେସନ୍ । ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ୨୬ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ମଧ୍ୟ ନାରାୟଣପୁର, ବୀଜାପୁର ଓ ଦନ୍ତେୱାଡାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ନକ୍ସଲ ଥିବା ନେଇ ସୂଚନା ମିଳିବା ପରେ ଯବାନ ତଲାସି ଅଭିଯାନ ଆରମ୍ଭ କରିଥିଲେ । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁର ଡିଆରଜିର ଯବାନମାନେ ନକ୍ସଲ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି।
ପ୍ରାପ୍ତ ସୂଚନାନୁସାରେ ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ ପୋଲିସ ଗୁଳିରେ ପ୍ରାଣ ହରାଇଛି । ସେ ୨୦୧୮ ରୁ ସେଣ୍ଟ୍ରାଲ ମାଓ କମିଟିର ମୁଖିଆ ଥିଲା । ତା’ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ତେବେ ଏହି ଏନକାଉଣ୍ଟର ରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି ।
ଆସନ୍ତା ବର୍ଷ ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳପୋଛ ପାଇଁ ସରକାରଙ୍କ ଟାର୍ଗେଟ୍କୁ ପୂରା କରିବାକୁ ସୁରକ୍ଷାବାହିନୀ ଜୋରସୋର ଚଳାଇଛି ମାଓଦମନ ଅପରେସନ । ଯାହାର ନାଁ ରହିଛି ଅପରେସନ ‘କାଗାର’ । ଛତିଶଗଡ଼-ଓଡ଼ିଶା-ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରେ ଲୁଚି ରହିଥିବା ନକ୍ସଲଙ୍କୁ ଦମନ ପାଇଁ ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଅପରେସନରେ ୧୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି । ତେବେ ଏହି କ୍ରମରେ ଛତିଶଗଡ଼ ନାରାୟଣପୁର ଅବୁଝାମାଡ଼ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାବାହିନୀ ଅପରେସନକୁ ଜୋରଦାର୍ କରିଥିଲା।