କ୍ରିତିଙ୍କ ଫେଭରିଟ୍‌ ପଙ୍କଜ

ବର୍ତ୍ତମାନ କ୍ରିତି ସନନ୍‌ ନିଜର ଫିଲ୍ମ ତେରି ବାତୋଁ ମେଁ ଏସା ଉଲଝା ଜିଆ ଓ କ୍ରୁ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ସମସ୍ତେ କ୍ରିତିଙ୍କର ପ୍ରଶଂସା କରୁଥିବାବେଳେ କ୍ରିତି ନିଜର ଫେଭରିଟ୍‌ କୋ ଷ୍ଟାରଙ୍କ ବିଷୟରେ କଥା ହୋଇଛନ୍ତି । ତାଙ୍କର ଫେଭରିଟ୍‌ କୋ ଷ୍ଟାର ପଙ୍କଜ ତ୍ରିପାଠୀ ବୋଲି କ୍ରିତି ମତ ଦେଇଛନ୍ତି । ପଙ୍କଜଙ୍କ ସହିତ ସେ ଯେତେ […]

କ୍ରିତିଙ୍କ ଫେଭରିଟ୍‌ ପଙ୍କଜ
କ୍ରିତିଙ୍କ ଫେଭରିଟ୍‌ ପଙ୍କଜ

ବର୍ତ୍ତମାନ କ୍ରିତି ସନନ୍‌ ନିଜର ଫିଲ୍ମ ତେରି ବାତୋଁ ମେଁ ଏସା ଉଲଝା ଜିଆ ଓ କ୍ରୁ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ସମସ୍ତେ କ୍ରିତିଙ୍କର ପ୍ରଶଂସା କରୁଥିବାବେଳେ କ୍ରିତି ନିଜର ଫେଭରିଟ୍‌ କୋ ଷ୍ଟାରଙ୍କ ବିଷୟରେ କଥା ହୋଇଛନ୍ତି । ତାଙ୍କର ଫେଭରିଟ୍‌ କୋ ଷ୍ଟାର ପଙ୍କଜ ତ୍ରିପାଠୀ ବୋଲି କ୍ରିତି ମତ ଦେଇଛନ୍ତି । ପଙ୍କଜଙ୍କ ସହିତ ସେ ଯେତେ ବି କାମ କରିଛନ୍ତି , ସବୁଥିରେ କ୍ରିତି ଖୁବ ଏଞ୍ଜୟ କରିଥିବା ପ୍ରକାଶ କରିଛନ୍ତି । ସବୁ ଫିଲ୍ମରେ କ୍ରିତିଙ୍କ ସହିତ ତାଙ୍କର ଏକ ୟୁନିକ୍‌ ବଣ୍ଡ୍‌ ରହିଥାଏ, ବରେଲି କି ବର୍ଫିରେ ସେ କ୍ରିତିଙ୍କ ବାପା ଚରିତ୍ରରେ ନଜର ଆସିଥିଲେ । ଏହି ଚରିତ୍ରଟି ଖୁବ ଭଲ ଥିଲା ଏବଂ ପଙ୍କଜ ଏହାକୁ ଖୁବ ନିଖୁଣ ଭାବେ ଅଭିନୟ କରିଥିଲେ ବୋଲି କ୍ରିତି ପ୍ରକାଶ କରିଛନ୍ତି । ସେହିଭଳି ମିମି ଓ ଲୁକା ଛୁପି ଫିଲ୍ମରେ ମଧ୍ୟ ପଙ୍କଜଙ୍କ ସହିତ ତାଙ୍କର ଖୁବ ଭଲ ବଣ୍ଡ୍‌ ଦେଖିବାକୁ ମିଳିଛି । ପଙ୍କଜ ତ୍ରୀପାଠି ହେଉଛନ୍ତି ଜଣେ ଭର୍ସାଟାଇଲ୍‌ ଅଭିନେତା, ଯାହାଙ୍କ ପାଖରୁ ଅନେକ କିଛି ଶିଖି ହେବ ବୋଲି କ୍ରିତି ମତ ଦେଇଛନ୍ତି ।