ମୋବାଇଲ ବର୍ଜନ କଲା ହେଜବୁଲ୍ଲା; ପେଜର୍‌, ୱାକି-ଟକି ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୭ ଛୁଇଁଲା

ବେରୁତ: ମଙ୍ଗଳବାର ଲେବାନନ୍‌ରେ ହୋଇଥିବା ପେଜର୍‌ ବିସ୍ଫୋରଣ ଓ ବୁଧବାର ହୋଇଥିବା ୱାକି ଟକି ବିସ୍ଫୋରଣ ପରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍‌ର ଏହି ‘ନୂଆ ପର୍ଯ୍ୟାୟ ଯୁଦ୍ଧ’ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ବଙ୍କା କରିଦେଇଛି। ଆତଙ୍କିତ ହେଜବୁଲ୍ଲା ଗତକାଲିଠାରୁ ସମସ୍ତ ସଦସ୍ୟଙ୍କୁ ମୋବାଇଲ୍‌ ଫୋନ୍‌ ବର୍ଜନ କରିବାକୁ କହିଛି। ଫୋନ୍‌ ହ୍ୟାକ୍‌ କରି ମୋସାଦ୍‌ ବିସ୍ଫୋରଣ ଘଟାଇବା ଆଶଙ୍କାରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟରୁ ଜଣାପଡ଼ିଛି ଯେ […]

ମୋବାଇଲ ବର୍ଜନ କଲା ହେଜବୁଲ୍ଲା; ପେଜର୍‌, ୱାକି-ଟକି ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୭ ଛୁଇଁଲା

ବେରୁତ: ମଙ୍ଗଳବାର ଲେବାନନ୍‌ରେ ହୋଇଥିବା ପେଜର୍‌ ବିସ୍ଫୋରଣ ଓ ବୁଧବାର ହୋଇଥିବା ୱାକି ଟକି ବିସ୍ଫୋରଣ ପରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍‌ର ଏହି ‘ନୂଆ ପର୍ଯ୍ୟାୟ ଯୁଦ୍ଧ’ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ବଙ୍କା କରିଦେଇଛି। ଆତଙ୍କିତ ହେଜବୁଲ୍ଲା ଗତକାଲିଠାରୁ ସମସ୍ତ ସଦସ୍ୟଙ୍କୁ ମୋବାଇଲ୍‌ ଫୋନ୍‌ ବର୍ଜନ କରିବାକୁ କହିଛି। ଫୋନ୍‌ ହ୍ୟାକ୍‌ କରି ମୋସାଦ୍‌ ବିସ୍ଫୋରଣ ଘଟାଇବା ଆଶଙ୍କାରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟରୁ ଜଣାପଡ଼ିଛି ଯେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ଏକ ସେଲ୍‌ କମ୍ପାନି ମାଧ୍ୟମରେ ପେଜର୍‌ ତିଆରି କରି ଇସ୍ରାଏଲ ହିଁ ପଠାଇଥିଲା। ପୂର୍ବରୁ ସେହି ଉପକରଣଗୁଡ଼ିକୁ ତିଆରି କରିବା ଏବଂ ବିସ୍ଫୋରକ ଖଞ୍ଜିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏକ ସେଲ୍‌ କମ୍ପାନି ବ୍ୟବହାର କରାଯାଇଥିଲା ଏବଂ ହେଜବୁଲ୍ଲା ଏହାର ସାମାନ୍ୟତମ ଟେର୍‌ ପାଇନଥିଲା। ପେଜର୍‌ ଓ ୱାକି-ଟକି ବିସ୍ଫୋରଣଜନିତ ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ପ୍ରାୟ ୪ ହଜାର ଆହତ ଚିକିତ୍ସିତ ହେଉଛନ୍ତି। ୨ ଶହରୁ ଅଧିକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି।