ଏୟାର ଇଣ୍ଡିଆର ୩୨ଟି ବିମାନକୁ ପୁଣି ବୋମା ଧମକ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବାଣିଜ୍ୟିକ ଏୟାରଲାଇନ୍ସ ଏବଂ ପ୍ରତିଷ୍ଠାନକୁ ବୋମା ଧମକ ଜାରି ରହିଛି। ଏୟାର ଇଣ୍ଡିଆର ୩୨ଟି ବିମାନକୁ ପୁଣି ବୋମା ଧମକ ମିଳିଥିବା ବେଳେ ଦୁଇ ସପ୍ତାହ ମଧ୍ୟରେ ୫୦୦ରୁ ଅଧିକ ଥର ଧମକ ମିଳିଥିବା ଜଣାପଡ଼ିଛି। ଗତକାଲି କୋଲକାତାରୁ ଚଳାଚଳ କରୁଥିବା ୭ଟି ବିମାନକୁ ବୋମା ଧମକ ମିଳିଥିଲା ଏବଂ ଆଜି ୩୨ଟି ଧମକ ମାମଲାରେ ଯାଞ୍ଚ ହୋଇଛି। ତେବେ ଆଜି ପର୍ଯ୍ୟନ୍ତ ମିଳିଥିବା ସମସ୍ତ ଧମକ ମିଥ୍ୟା ସାବ୍ୟସ୍ତ ହୋଇଛି ଏବଂ […]

ଏୟାର ଇଣ୍ଡିଆର ୩୨ଟି ବିମାନକୁ ପୁଣି ବୋମା ଧମକ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବାଣିଜ୍ୟିକ ଏୟାରଲାଇନ୍ସ ଏବଂ ପ୍ରତିଷ୍ଠାନକୁ ବୋମା ଧମକ ଜାରି ରହିଛି। ଏୟାର ଇଣ୍ଡିଆର ୩୨ଟି ବିମାନକୁ ପୁଣି ବୋମା ଧମକ ମିଳିଥିବା ବେଳେ ଦୁଇ ସପ୍ତାହ ମଧ୍ୟରେ ୫୦୦ରୁ ଅଧିକ ଥର ଧମକ ମିଳିଥିବା ଜଣାପଡ଼ିଛି। ଗତକାଲି କୋଲକାତାରୁ ଚଳାଚଳ କରୁଥିବା ୭ଟି ବିମାନକୁ ବୋମା ଧମକ ମିଳିଥିଲା ଏବଂ ଆଜି ୩୨ଟି ଧମକ ମାମଲାରେ ଯାଞ୍ଚ ହୋଇଛି। ତେବେ ଆଜି ପର୍ଯ୍ୟନ୍ତ ମିଳିଥିବା ସମସ୍ତ ଧମକ ମିଥ୍ୟା ସାବ୍ୟସ୍ତ ହୋଇଛି ଏବଂ ବ୍ୟାପକ ଧମକ ଭିତରେ ବି ବିମାନ ଚଳାଚଳ ସ୍ବାଭାବିକ ରଖାଯିବାକୁ ପ୍ରୟାସ କରାଯାଉଛି। ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ସମଗ୍ର ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଧମକ ବାର୍ତ୍ତା ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରୟାସକୁ ମଧ୍ୟ ତ୍ବରାନ୍ବିତ କରିଛି। ବଢୁଥିବା ବିପଦର ମୁକାବିଲା ପାଇଁ ଏନ୍‌ଆଇଏର ସାଇବର ଶାଖା ସମସ୍ତ ଦେଶୀ ଓ ବିଦେଶୀ କଲ୍‌ର ବ୍ୟାପକ ବିଶ୍ଳେଷଣ ଆରମ୍ଭ କରିଛି । ମିଛ ବୋମା ଧମକ କଲ୍ ପଛରେ ଥିବା ଉଦ୍ଦେଶ୍ୟକୁ ବୁଝିବା ଏବଂ ଏହାର ପରିସ୍ଥିତିକୁ ଆକଳନ କରି ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ପଦକ୍ଷେପ ନିଆଯାଉଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଗତ ସପ୍ତାହରେ ସମସ୍ତ ସୋସିଆଲ ମିଡିଆ ସଂସ୍ଥାକୁ ଏକ ପରାମର୍ଶବଳୀ ଜାରି କରି ସୂଚନା ପ୍ରଯୁକ୍ତି (ଆଇଟି) ନିୟମ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏନ୍‌)ର ପ୍ରାବଧାନକୁ ପାଳନ କରିବାକୁ କହିଛି। ବୋମା ଧମକ ପୋଷ୍ଟକୁ ତୁରନ୍ତ ହଟାଇବା ପାଇଁ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।