ମାଆ ହେଲେ ସୋନାଲି ସେହଗଲ, ଘରକୁ ଆସିଲେ ଶିଶୁକନ୍ୟା

ପ୍ୟାର୍ କା ପଞ୍ଚନାମାର ଅଭିନେତ୍ରୀ ସୋନାଲି ସେହଗଲ । ତାଙ୍କ ଅଭିନୟ ପାଇଁ ସେ ଲୋକପ୍ରିୟ ହୋଇଥିଲେ ସୋନାଲି । ନିକଟରେ ସଏ ତାଙ୍କ ଗର୍ଭଧାରଣ ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁଯାୟୀ ସୋନାଲି ବୁଧବାର ସନ୍ଧ୍ୟାରେ ସାଣ୍ଟା କ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା ଏବଂ ଝିଅ ସୁସ୍ଥ ଥିବା ନେଇ ଜଣାପଡିଛି। ଅଭିନେତ୍ରୀ ସୋନାଲି ଏବଂ ଆଶିଷ ସଜନାନୀଙ୍କ ଏହା ପ୍ରଥମ ସନ୍ତାନ। ଫଟୋ ସେୟାର କରି ସେ ଲେଖିଥିଲେ, "ବିୟର ବୋତଲ ଠାରୁ ଆରମ୍ଭ କରି ବେବି ବୋତଲ ପର୍ଯ୍ୟନ୍ତ। ଆଶିଷଙ୍କ ଜୀବନ ବଦଳିବାକୁ ଯାଉଛି। ମୋ କଥା କହିବାକୁ ଗଲେ କିଛି ଜିନିଷ ବଦଳିଛି। ପୂର୍ବରୁ ମୁଁ ଜଣକ ପାଇଁ ଖାଉଥିଲି, ବର୍ତ୍ତମାନ ମୁଁ ୨ଜଣକ ପାଇଁ ଖାଉଛି। ଶମଶେର(କୁକୁର) ବଡ଼ ଭାଇ କେମିତି ହେବ ତ‌ାହା ଶିଖୁଛି। ମୁଁ ବହୁତ ଖୁସି ଅଛି। ଆମକୁ ଶୁଭେଚ୍ଛା ଦିଅନ୍ତୁ। ଡିସେମ୍ବର ୨୦୨୪ରେ ଆସୁଛି "।ଦୁହେଁ ୨୦୨୩ରେ ବିବାହ କରିଥିଲେ ।ଚଳିତ ବର୍ଷ ଅଗଷ୍ଟ ମାସରେ ସୋନାଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଗର୍ଭବତୀ ଥିବା ଖବର ସେୟାର କରିଥିଲେ। ସୋନାଲିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା 'ପ୍ୟାର୍ କା ପଞ୍ଚନାମା'।  ଯାହା ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା। ଲଭ ରଂଜନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ ସହ ସୋନାଲି ଲିଡ୍‌ରେ ଥିଲେ। ଏହି ଅଭ

ମାଆ ହେଲେ ସୋନାଲି ସେହଗଲ, ଘରକୁ ଆସିଲେ ଶିଶୁକନ୍ୟା

ପ୍ୟାର୍ କା ପଞ୍ଚନାମାର ଅଭିନେତ୍ରୀ ସୋନାଲି ସେହଗଲ । ତାଙ୍କ ଅଭିନୟ ପାଇଁ ସେ ଲୋକପ୍ରିୟ ହୋଇଥିଲେ ସୋନାଲି । ନିକଟରେ ସଏ ତାଙ୍କ ଗର୍ଭଧାରଣ ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। 

ସୂଚନା ଅନୁଯାୟୀ ସୋନାଲି ବୁଧବାର ସନ୍ଧ୍ୟାରେ ସାଣ୍ଟା କ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା ଏବଂ ଝିଅ ସୁସ୍ଥ ଥିବା ନେଇ ଜଣାପଡିଛି। ଅଭିନେତ୍ରୀ ସୋନାଲି ଏବଂ ଆଶିଷ ସଜନାନୀଙ୍କ ଏହା ପ୍ରଥମ ସନ୍ତାନ। ଫଟୋ ସେୟାର କରି ସେ ଲେଖିଥିଲେ, "ବିୟର ବୋତଲ ଠାରୁ ଆରମ୍ଭ କରି ବେବି ବୋତଲ ପର୍ଯ୍ୟନ୍ତ। ଆଶିଷଙ୍କ ଜୀବନ ବଦଳିବାକୁ ଯାଉଛି। ମୋ କଥା କହିବାକୁ ଗଲେ କିଛି ଜିନିଷ ବଦଳିଛି। ପୂର୍ବରୁ ମୁଁ ଜଣକ ପାଇଁ ଖାଉଥିଲି, ବର୍ତ୍ତମାନ ମୁଁ ୨ଜଣକ ପାଇଁ ଖାଉଛି। ଶମଶେର(କୁକୁର) ବଡ଼ ଭାଇ କେମିତି ହେବ ତ‌ାହା ଶିଖୁଛି। ମୁଁ ବହୁତ ଖୁସି ଅଛି। ଆମକୁ ଶୁଭେଚ୍ଛା ଦିଅନ୍ତୁ। ଡିସେମ୍ବର ୨୦୨୪ରେ ଆସୁଛି "।

ଦୁହେଁ ୨୦୨୩ରେ ବିବାହ କରିଥିଲେ ।ଚଳିତ ବର୍ଷ ଅଗଷ୍ଟ ମାସରେ ସୋନାଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଗର୍ଭବତୀ ଥିବା ଖବର ସେୟାର କରିଥିଲେ। ସୋନାଲିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା 'ପ୍ୟାର୍ କା ପଞ୍ଚନାମା'।  ଯାହା ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା। ଲଭ ରଂଜନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ ସହ ସୋନାଲି ଲିଡ୍‌ରେ ଥିଲେ। ଏହି ଅଭିନେତ୍ରୀଙ୍କୁ 'ପ୍ୟାର୍ କା ପଞ୍ଚନାମା ୨' ଏବଂ 'ୱେଡିଂ ପୁଲାଓ'ରେ ନଜର ଆସିଥିଲେ। ତାଙ୍କୁ କମେଡି-ଡ୍ରାମା ‘ଜୋ ତେରା ହୈ ୱୋ ମେରା ହୈ’ ରେ ମଧ୍ୟ ଦେଖିବାକୁ ମିଳିଥିଲା। ରାଜ ତ୍ରିବେଦୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜିଓ ସିନେମାରେ ମୁକ୍ତିଲାଭ କରିଥିଲା।