ପୁରୀ ସମୁଦ୍ର କୂଳରୁ ପର୍ଯ୍ୟଟଙ୍କ ମୃତଦେହ ଉଦ୍ଧାର, ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିବା ଅନୁମାନ
ପୁରୀ: ସମୁଦ୍ର କୂଳରୁ ଉଦ୍ଧାର ହେଲା ମୃତଦେହ। ସୋମବାର ପୁରୀ ନିଳାଦ୍ରୀ ବିଚ୍ଠାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି। ଲାଇଫ ଗାର୍ଡଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ପର୍ଯ୍ୟଟକଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଥିଲା। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ତେବେ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ଜଣକ ସମୁଦ୍ରରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଏମିତିରେ ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ପ୍ରାଧାନ୍ୟ ଦେବାକୁ ସାଧାରଣରେ ଦାବି ହୋଇଛି।
ପୁରୀ: ସମୁଦ୍ର କୂଳରୁ ଉଦ୍ଧାର ହେଲା ମୃତଦେହ। ସୋମବାର ପୁରୀ ନିଳାଦ୍ରୀ ବିଚ୍ଠାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି। ଲାଇଫ ଗାର୍ଡଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ପର୍ଯ୍ୟଟକଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଥିଲା। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ତେବେ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ଜଣକ ସମୁଦ୍ରରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଏମିତିରେ ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ପ୍ରାଧାନ୍ୟ ଦେବାକୁ ସାଧାରଣରେ ଦାବି ହୋଇଛି।