ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀରେ ପହଞ୍ଚିଛନ୍ତି। ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ା କେନ୍ଦୁଆଠାରେ ମନ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଶନିବାର ଚଣ୍ଡିଖୋଲ ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ତେବେ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଛନ୍ତି। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ […] The post ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା.. appeared first on Dharitri Odia News.

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀରେ ପହଞ୍ଚିଛନ୍ତି। ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ା କେନ୍ଦୁଆଠାରେ ମନ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଶନିବାର ଚଣ୍ଡିଖୋଲ ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ତେବେ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଛନ୍ତି। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ କରିଛନ୍ତି ବୋଲି ସେ ସିଧାସଳଖ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଯାଜପୁରରେ ଗାଁକୁ ଭଲ ରାସ୍ତା ନାହିଁ, ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି। ବିଜେଡି ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ। ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ଏଠାରେ ହତ୍ୟା କରାଯାଇଛି। ନ୍ୟାୟ ଦେବା ପରିବର୍ତ୍ତେ ଏହି ମାଲାରେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖାଯାଇଛି।

ଯାଜପୁରକୁ ୩ ପରିବାର ଲୁଟିଛନ୍ତି। ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି। ନାଁ ନନେଇ ବିଜେଡିର ୩ ନେତାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ। ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଏବେ ବି ଗରିବ ଅଛନ୍ତି। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି ମୋହନ ମାଝୀ ଆଶ୍ୱସନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ବିକାଶ ନାଁରେ ବିନାଶ କରିଛି ବିଜେଡି। ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚା ରହିଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା। ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ। ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ଏବେ ଆହୁରି ସମୟ ମାଗୁଛନ୍ତି। ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଏହି କାର୍ଯ୍ୟକ୍ରମ ପରେ ଚାରାରୋପଣ କରାଯିବ। ଶେଷରେ ଜଣେ ଆଦିବାସୀଙ୍କ ଘରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନଭୋଜନ କରିବେ ବୋଲି ସୂଚନା ମିଳିଛି। ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି। ଏଥିସହ କାର୍ଯ୍ୟକ୍ରମରେ ଜିଲାର ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଯୋଗଦେଇଛନ୍ତି।

The post ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା.. appeared first on Dharitri Odia News.