ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାବ୍ୟାପୀ ବ୍ୟାପକ ସଦସ୍ୟତା ଅଭିଯାନ

ସମ୍ବଲପୁର:ବିଜୁ ଯୁବ ଜନତା ଦଳ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନେତୃତ୍ବ ତଥା ଯୁବ ବର୍ଗଙ୍କ ସହ ବୈଠକ, ଆଲୋଚନା କରି ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ ସେ ବିଷୟରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଆବତାବ୍ ଆଲମ୍ ଖାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ଯୁବ […] The post ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାବ୍ୟାପୀ ବ୍ୟାପକ ସଦସ୍ୟତା ଅଭିଯାନ appeared first on Odisha.News.

ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାବ୍ୟାପୀ ବ୍ୟାପକ ସଦସ୍ୟତା ଅଭିଯାନ

ସମ୍ବଲପୁର:ବିଜୁ ଯୁବ ଜନତା ଦଳ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନେତୃତ୍ବ ତଥା ଯୁବ ବର୍ଗଙ୍କ ସହ ବୈଠକ, ଆଲୋଚନା କରି ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ ସେ ବିଷୟରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଆବତାବ୍ ଆଲମ୍ ଖାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଧାରା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଦର୍ଶରେ ପ୍ରତିଷ୍ଠିତ ଦଳ ସହ ଯୁବ ବର୍ଗ ଯୋଡି ହେବା ସକାଶେ ଆଲୋଚନା କରିଥିଲେ । ରେଢ଼ାଖୋଲରେ ବିରୋଧୀ ଦଳ ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲିରେ ବିଧାୟକ ସୁଦର୍ଶନ ହରିପାଲ, ସମ୍ବଲପୁରରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ, କୁଚିଣ୍ଡାରେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଏବଂ ଅନ୍ୟ ବରିଷ୍ଠ, ଯୁବଙ୍କ ସହ ଆଲୋଚନା କରି ଯୁବ ବର୍ଗଙ୍କୁ ବିଜୁ ଯୁବ ଜନତା ଦଳ ସହ ଯୋଡ଼ି ହେବା ସକାଶେ ଆହ୍ବାନ କରିଥିଲେ । ଉପସ୍ଥିତ ସମସ୍ତେ ଦଳ ସହ ତୃଣମୂଳ ସ୍ତରରୁ କିଭଳି ଯୁବ ବର୍ଗ ଯୋଡି ହେବେ ସେ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ ।

The post ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାବ୍ୟାପୀ ବ୍ୟାପକ ସଦସ୍ୟତା ଅଭିଯାନ appeared first on Odisha.News.