ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ତରଫରୁ ନିଷ୍ଟ ଅନୁଷ୍ଠାନ ରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ
ଗୋପାଳପୁର,୦୬/୦୧(ନିପ୍ର) ବ୍ରହ୍ମପୁର ସ୍ଥିତ ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ଟିମ୍ ପକ୍ଷରୁ ପାଲୁର ହିଲ୍ ଠାରେ ଥିବା ନିଷ୍ଟ ଶିକ୍ଷା ଅନୁଷ୍ଠାନ, WWF, ଏନସିସି ଏବଂ ଏନଏସଏସ ସହଯୋଗ ରେ କ୍ୟାମ୍ପସ ପରିସରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନିଷ୍ଟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହ ଅନ୍ୟାନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ। ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ର ସଦସ୍ୟ ମାନେ ପ୍ଲାଷ୍ଟିକ ର ବିଭିନ୍ନ ସାମଗ୍ରୀ […] The post ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ତରଫରୁ ନିଷ୍ଟ ଅନୁଷ୍ଠାନ ରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.
ଗୋପାଳପୁର,୦୬/୦୧(ନିପ୍ର)
ବ୍ରହ୍ମପୁର ସ୍ଥିତ ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ଟିମ୍ ପକ୍ଷରୁ ପାଲୁର ହିଲ୍ ଠାରେ ଥିବା ନିଷ୍ଟ ଶିକ୍ଷା ଅନୁଷ୍ଠାନ, WWF, ଏନସିସି ଏବଂ ଏନଏସଏସ ସହଯୋଗ ରେ କ୍ୟାମ୍ପସ ପରିସରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନିଷ୍ଟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହ ଅନ୍ୟାନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ। ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ର ସଦସ୍ୟ ମାନେ ପ୍ଲାଷ୍ଟିକ ର ବିଭିନ୍ନ ସାମଗ୍ରୀ କିପରି ପରିବେଶକୁ ପ୍ରଦୂଷଣ କରୁଛି ସେ ନେଇ ବିସ୍ତାର ଭାବରେ ବୁଝାଇଥିଲେ। ଏହା ସହ ନିଷ୍ଟ ଶିକ୍ଷା ଅନୁଷ୍ଠାନ ପରିସରକୁ ପ୍ଲାଷ୍ଟିକମୁକ୍ତ ରେ ପରିଣତ କରିବା ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନିଷ୍ଟ ଅନୁଷ୍ଠାନ ର ଅଧ୍ୟକ୍ଷ ପି. ରାଜେଶ କୁମାର, ଡ଼. ସବ୍ୟସାଚୀ ରଥ, ଡ଼. ପ୍ରୀତି ରଞ୍ଜନ ସାହୁ, ଏନଏସଏସ ସଂଯୋଜକ ପ୍ର. ନୃସିଂହ ପ୍ରସାଦ ତ୍ରିପାଠୀ,ଏନସିସି ସଂଯୋଜକ ପ୍ର. ଆଲୋକ ପାତ୍ର, ପବିତ୍ର ଗୌଡ଼, ଡ଼. ଅମରନାଥ ପାଢ଼ୀ, ଦୁର୍ଗାମାଧବ ପାଢ଼ୀ, ପିତାମ୍ବର ସାହୁ, ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସ୍ବେଚ୍ଛାସେବୀ ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଶିବାନୀ ପାଢ଼ୀ, ସୌମ୍ୟ ରଂଜନ ମହାପାତ୍ର, ଭୁନା ଶ୍ରିହରି, ଅଚ୍ୟୁତ ନାଇକ, ପ୍ରଯୁକ୍ତା ମହାପାତ୍ର, କୋଇନା ବେହେରା, ଚିନ୍ମୟି ପାଢ଼ୀ, ଆଶୁତୋଷ, ସାଗରିକା, ବଳରାମ, ତୋଫାନ, ନରେନ୍ଦ୍ର, ରୁଦ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ। ନିଷ୍ଟ ଅନୁଷ୍ଠାନ ର ଏନଏସଏସ ତରଫରୁ ପ୍ରତୀଭା ଭାରତୀ,
ନିଖିଲ କୁମାର, ଅମିତ କୁମାର, ଭାଟସାଲା ପୁଷ୍କର, ଅଞ୍ଜନା ,ବିନୋଦ କୁମାର, ଅମିତ ସାହୁ, ଆୟୁଷ ବେହେରା, ମାରିଆ ସିଦ୍ଦିକା, ସୋନାଲିକା ସାହୁ, ଇତିଶ୍ରୀ ସାବତ, ଦିବ୍ୟାଙ୍କା ଗୌଡ, କେ ଜସ୍ମିନ, ମନସ୍ୱୀ, ମନୀଷା, ରୋୖନକ ମହତୋ, ସର୍ଭେଶ, ରାଉଶନ୍ ରାୟ, ରୋଶନ ତିୱାରୀ,ବିଜୟ, ଦିଶାଂଶି ସାହୁ, ଅଭିଷେକ, ଅଭିଜିତ୍ଅ, ଙ୍କିତା ବିସ୍ ପ୍ରମୁଖ ଭାଗ ନେଇଥିଲେ I ସେହିପରି ଏନସିସି ତରଫ ରୁ ସ୍ୱୟଂ ଶୁଭମ, ଶ୍ରୀୟା ପଣ୍ଡା, ସାଗରୀକା ମହାପାତ୍ର, ରାଶି ରାୟ, ହର୍ଷିତ ଦୋରା, ଯୁଗନି ବରାଡ଼, ଅଂଶୁମାନ ଦାଶ, ଅଂଶୁମାନ ପାଢ଼ୀ ପ୍ରମୁଖ ଭାଗ ନେଇଥିଲେ I
The post ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ତରଫରୁ ନିଷ୍ଟ ଅନୁଷ୍ଠାନ ରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.