ଚାହିଦା ହ୍ରାସ ଓ କଡ଼ା ପ୍ରତିଯୋଗିତା ଯୋଗୁ ଆର୍ଥିକ ବର୍ଷ ୨୦୨୫ରେ ୭ % କମିଲା ସିମେଣ୍ଟ ଦାମ୍

ନୂଆଦିଲ୍ଲୀ: ଏପ୍ରିଲ-ଜାନୁଆରୀ ଆର୍ଥିକ ବର୍ଷ ୨୫ ରେ ସିମେଣ୍ଟ ମୂଲ୍ୟ ବାର୍ଷିକ ତୁଳନାରେ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇଛି। ଅଗ୍ରଣୀ କମ୍ପାନୀଗୁଡ଼ିକରେ ବ୍ୟାପକ ଯୋଗାଣ ଓ ଡିମାଣ୍ଡରେ ହ୍ରାସ ଯୋଗୁ ସିମେଣ୍ଟ ଦାମ ଯେଉଁ ହାରରେ ବଢ଼ିବା କଥା ସେହି ହାର ଠାରୁ କମ୍ ରହିଥିବା ରେଟିଂ ଏଜେନ୍ସି ଇଣ୍ଡ୍‌-ରା କହିଛି। ମୌସୁମୀ ଏବଂ ପାର୍ବଣ ଋତୁ ପରେ ନିର୍ମାଣ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ନଭେମ୍ବର ୨୦୨୪ ଠାରୁ ୫୦ କେଜି ବ୍ୟାଗ ବିଶିଷ୍ଟ ସିମେଣ୍ଟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଥିଲେ ମଧ୍ୟ, ବାର୍ଷିକ ଆଧାରରେ ମୂଲ୍ୟ ବୃଦ୍ଧି କମ ରହିଛି ବୋଲି ରେଟିଂ ଏଜେନ୍ସି କହିଛି। ପଢନ୍ତୁ- ଓପନ ଟେଲିକମ ଏଆଇ ପ୍ଲାଟଫର୍ମ ପାଇଁ ହାତ ମିଳାଇଲେ ଜିଓ, ଏଏମଡି, ସିସ୍କୋ ଏବଂ ନୋକିଆଚତୁର୍ଥ ସିଜିନ ଅନୁସାରେ ମଜଭୁତ ସ୍ଥିତିରେ ଥିବା ଚତୁର୍ଥ ତ୍ରୟମାସରେ ସିମେଣ୍ଟ ମୂଲ୍ୟରେ ବଢ଼ିବାର ସମ୍ଭାବନା ଥିବାବେଳେ, ବ୍ୟାପକ ଉତ୍ପାଦନ ଓ ଯୋଗାଣ ଯୋଗୁ ସାମଗ୍ରିକ ମୂଲ୍ୟ ଦୁର୍ବଳ ରହିପାରେ। ଏମିତିକ ଆର୍ଥିକ ବର୍ଷ ୨୫ରେ ଦର ହ୍ରାସରେ ଏକକ ଅଙ୍କ ହ୍ରାସ ଘଟିବାର ସମ୍ଭାବନା ରହିଛି। ପୂର୍ବରୁ ସାଧାରଣ ଭାବେ ଉତ୍ପାଦନ କରୁଥିବା କମ୍ପାନୀ ଅଧିଗ୍ରହଣ କରିବା ପରେ ଉତ୍ପଦାନ ବଢ଼ାଉଛନ୍ତି। ଯେଉଁତିରୁ ଆଗାମୀ ଭବିଷ୍ୟତରେ ମଧ୍ୟ ଦର ହ୍ରାସ କରିବାର ସମ୍ଭାବନା ରହିଛି। ଦେଶରେ ସିମେଣ୍ଟ କମ୍ପାନୀଗୁଡ଼ିକ କ୍ଷେତ୍ରରେ ଏକଜୁଟ ହୋଇ ଉତ୍ପାଦନ କରିବା ଜାରି ରହି

ଚାହିଦା ହ୍ରାସ ଓ କଡ଼ା ପ୍ରତିଯୋଗିତା ଯୋଗୁ ଆର୍ଥିକ ବର୍ଷ ୨୦୨୫ରେ ୭ %  କମିଲା ସିମେଣ୍ଟ ଦାମ୍

ନୂଆଦିଲ୍ଲୀ: ଏପ୍ରିଲ-ଜାନୁଆରୀ ଆର୍ଥିକ ବର୍ଷ ୨୫ ରେ ସିମେଣ୍ଟ ମୂଲ୍ୟ ବାର୍ଷିକ ତୁଳନାରେ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇଛି। ଅଗ୍ରଣୀ କମ୍ପାନୀଗୁଡ଼ିକରେ ବ୍ୟାପକ ଯୋଗାଣ ଓ ଡିମାଣ୍ଡରେ ହ୍ରାସ ଯୋଗୁ ସିମେଣ୍ଟ ଦାମ ଯେଉଁ ହାରରେ ବଢ଼ିବା କଥା ସେହି ହାର ଠାରୁ କମ୍ ରହିଥିବା ରେଟିଂ ଏଜେନ୍ସି ଇଣ୍ଡ୍‌-ରା କହିଛି। 

ମୌସୁମୀ ଏବଂ ପାର୍ବଣ ଋତୁ ପରେ ନିର୍ମାଣ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ନଭେମ୍ବର ୨୦୨୪ ଠାରୁ ୫୦ କେଜି ବ୍ୟାଗ ବିଶିଷ୍ଟ ସିମେଣ୍ଟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଥିଲେ ମଧ୍ୟ, ବାର୍ଷିକ ଆଧାରରେ ମୂଲ୍ୟ ବୃଦ୍ଧି କମ ରହିଛି ବୋଲି ରେଟିଂ ଏଜେନ୍ସି କହିଛି। 

ପଢନ୍ତୁ- ଓପନ ଟେଲିକମ ଏଆଇ ପ୍ଲାଟଫର୍ମ ପାଇଁ ହାତ ମିଳାଇଲେ ଜିଓ, ଏଏମଡି, ସିସ୍କୋ ଏବଂ ନୋକିଆ

ଚତୁର୍ଥ ସିଜିନ ଅନୁସାରେ ମଜଭୁତ ସ୍ଥିତିରେ ଥିବା ଚତୁର୍ଥ ତ୍ରୟମାସରେ ସିମେଣ୍ଟ ମୂଲ୍ୟରେ ବଢ଼ିବାର ସମ୍ଭାବନା ଥିବାବେଳେ, ବ୍ୟାପକ ଉତ୍ପାଦନ ଓ ଯୋଗାଣ ଯୋଗୁ ସାମଗ୍ରିକ ମୂଲ୍ୟ ଦୁର୍ବଳ ରହିପାରେ। ଏମିତିକ ଆର୍ଥିକ ବର୍ଷ ୨୫ରେ ଦର ହ୍ରାସରେ ଏକକ ଅଙ୍କ ହ୍ରାସ ଘଟିବାର ସମ୍ଭାବନା ରହିଛି। ପୂର୍ବରୁ ସାଧାରଣ ଭାବେ ଉତ୍ପାଦନ କରୁଥିବା କମ୍ପାନୀ ଅଧିଗ୍ରହଣ କରିବା ପରେ ଉତ୍ପଦାନ ବଢ଼ାଉଛନ୍ତି। ଯେଉଁତିରୁ ଆଗାମୀ ଭବିଷ୍ୟତରେ ମଧ୍ୟ ଦର ହ୍ରାସ କରିବାର ସମ୍ଭାବନା ରହିଛି। 

ଦେଶରେ ସିମେଣ୍ଟ କମ୍ପାନୀଗୁଡ଼ିକ କ୍ଷେତ୍ରରେ ଏକଜୁଟ ହୋଇ ଉତ୍ପାଦନ କରିବା ଜାରି ରହିଛି। ଅଲଟ୍ରାଟେକ୍ ସିମେଣ୍ଟ, ଆଦାନୀ ସିମେଣ୍ଟ, ଶ୍ରୀ ସିମେଣ୍ଟ, ଡାଲମିଆ ଭାରତ ଭଳି ବଡ଼ କମ୍ପାନୀମାନେ ନିଜର ବ୍ୟକ୍ତିଗତ ସଂସ୍ଥାକୁ ବଳ ଦେବା ବଦଳରେ ଏମାନେ ଛୋଟ ଛୋଟ କମ୍ପାନୀକୁ ଅଧିଗ୍ରହଣ କରି ନେଉଛନ୍ତି।