ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି…
ଭୁବନେଶ୍ୱର,୪।୮: ୱାକଫ୍ ବିଲ ଭୋଟିଂ ନେଇ ରାଜନୀତି ସରଗରମ ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ ଦେବାଶିଷଙ୍କୁ ସପୋର୍ଟ କରି କହିଛନ୍ତି, ଦେବାଶିଷ ସାମନ୍ତରାୟ ଦଳର ପ୍ରତିଷ୍ଠାତା ସଦସ୍ୟ। ସେ କହିଥିବା କଥା ପଛରେ କିଛି ଗୋଟିଏ ଅର୍ଥ ରହିଛି। ବରିଷ୍ଠ ନେତା ହିସାବରେ ସେ କିଛି ଭାବିକି କହିଥିବେ। ତାଙ୍କ କଥା ଉପରେ ମୁଁ କଣ ଆଉ ଅଧିକ […] The post ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି… appeared first on Dharitri Odia News.
ଭୁବନେଶ୍ୱର,୪।୮: ୱାକଫ୍ ବିଲ ଭୋଟିଂ ନେଇ ରାଜନୀତି ସରଗରମ ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ ଦେବାଶିଷଙ୍କୁ ସପୋର୍ଟ କରି କହିଛନ୍ତି, ଦେବାଶିଷ ସାମନ୍ତରାୟ ଦଳର ପ୍ରତିଷ୍ଠାତା ସଦସ୍ୟ। ସେ କହିଥିବା କଥା ପଛରେ କିଛି ଗୋଟିଏ ଅର୍ଥ ରହିଛି। ବରିଷ୍ଠ ନେତା ହିସାବରେ ସେ କିଛି ଭାବିକି କହିଥିବେ। ତାଙ୍କ କଥା ଉପରେ ମୁଁ କଣ ଆଉ ଅଧିକ କହିବି।
ଆସନ୍ତା ଦିନେ ୨ଦିନରେ ସବୁ ସମାଧାନ ହେବ ନବୀନ ବାବୁ ସବୁ ଜାଣନ୍ତି, ଖୁବ୍ଶୀଘ୍ର ନିଷ୍ପତ୍ତି ନେବେ। ଦଳର ମାଲିକ ନବୀନ ପଟ୍ଟନାୟକ, ସେ ହିଁ ସର୍ବେସର୍ବା। ଯିଏ ଯାହା ଚାହିଁବେ କହିପାରିବେ,ସମସ୍ତଙ୍କୁ ସ୍ବାଧୀନତା ଅଛି’ କିନ୍ତୁ ଲେଖିବା, କହିବା ପୂର୍ବରୁ ଭାବିବା କଥା। କିଛି କହିବା ପୂର୍ବରୁ ଭାବନ୍ତୁ ଯେପରି ସଭାପତିଙ୍କ ଛବି ମଳିନ ନ ହୁଏ। ଦଳ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଅଛି ବୋଲି ସମ୍ବିତ ରାଉତରାୟ କହିଛନ୍ତି। ପାଣ୍ଡିଆନ ସନ୍ନାସ ନେଇସାରିଛନ୍ତି, ସେ ଅତୀତ।
The post ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି… appeared first on Dharitri Odia News.