ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ, କାରଣ ଜାଣିଲେ ହୋଇଯିବେ ତାଜୁବ

ଆଲିଗଡ,୯।୪: ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ସଜବାଜ ଆରମ୍ଭ କଲେଣି ସବୁ ଦଳ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଏପରି ଏକ ଭିନ୍ନ ଧରଣର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡରେ। ଆଲିଗଡରେ ଜଣେ ସ୍ବାଧୀନ ପ୍ରାର୍ଥୀ ପଣ୍ଡିତ କେଶବ ଦେବ ଚପଲ ମାଳ ପିନ୍ଧି ଭୋଟ୍‌ ମାଗୁଥିବାର ଦେଖାଯାଇଛନ୍ତି। କହିରଖୁଛୁ କି, ନିର୍ବାଚନ ଆୟୋଗଙ୍କ ଦ୍ୱାରା କେଶବଙ୍କୁ ଚପଲର ନିର୍ବାଚନ ଚିହ୍ନ ଦିଆଯାଇଛି। ପାରମ୍ପରିକ […] The post ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ, କାରଣ ଜାଣିଲେ ହୋଇଯିବେ ତାଜୁବ appeared first on Dharitri Odia News.

ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ, କାରଣ ଜାଣିଲେ ହୋଇଯିବେ ତାଜୁବ

ଆଲିଗଡ,୯।୪: ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ସଜବାଜ ଆରମ୍ଭ କଲେଣି ସବୁ ଦଳ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଏପରି ଏକ ଭିନ୍ନ ଧରଣର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡରେ। ଆଲିଗଡରେ ଜଣେ ସ୍ବାଧୀନ ପ୍ରାର୍ଥୀ ପଣ୍ଡିତ କେଶବ ଦେବ ଚପଲ ମାଳ ପିନ୍ଧି ଭୋଟ୍‌ ମାଗୁଥିବାର ଦେଖାଯାଇଛନ୍ତି।

କହିରଖୁଛୁ କି, ନିର୍ବାଚନ ଆୟୋଗଙ୍କ ଦ୍ୱାରା କେଶବଙ୍କୁ ଚପଲର ନିର୍ବାଚନ ଚିହ୍ନ ଦିଆଯାଇଛି। ପାରମ୍ପରିକ ଫୁଲର ମାଳ ବଦଳରେ ପଣ୍ଡିତ କେଶବ ଦେବ ତାଙ୍କ ବେକରେ ସାତୋଟି ଚପଲ ମାଳ ପିନ୍ଧି ସହରରେ ପ୍ରଚାର କରୁଛନ୍ତି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ସହରରେ ମଧ୍ୟ ଏହା ଉପରେ ଆଲୋଚନା ହେଉଛି ।

ପଣ୍ଡିତ କେଶବ ଦେବ ନିଜକୁ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ଏହାପୂର୍ବରୁ ସେ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବର୍ତ୍ତମାନ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସହରରେ ଏକ ଗୁଜବ ସୃଷ୍ଟି ହୋଇଛି ଯେ, ସେ ବେକରେ ଚପଲ ମାଳ ପିନ୍ଧି ଚପଲ ଚିହ୍ନକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ପଣ୍ଡିତ କେଶବ ଦେବ ତାଙ୍କ ନିର୍ବାଚନ ପ୍ରଚାର ପାଇଁ ଏହି ଅନନ୍ୟ ପଦ୍ଧତି ଆପଣାଇଛନ୍ତି। ସେ ୨୦୨୨ ବିଧାନସଭା ନିର୍ବାଚନରେ ଜୋତା ମାଳ ପିନ୍ଧି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ପଣ୍ଡିତ କେଶବ ଦେବ ଦୁର୍ନୀତି ନିବାରଣ ସେନାର ରାଷ୍ଟ୍ରୀୟ ସଭାପତି ଓ ମାନବିକ ଅଧିକାର ଯୁଦ୍ଧ ହେଉଛି ତାଙ୍କ ଦଳର ପଞ୍ଚଲାଇନ।

ଆଲିଗଡ ଲୋକ ସଭା ଆସନରେ ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି। ମାର୍ଚ୍ଚ ୨୮ ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ମୋଟ ୨୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ଅବଧି ମଧ୍ୟରେ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ଦୁଇ ଜଣ ପ୍ରାର୍ଥୀ ସେମାନଙ୍କ ନାମ ପ୍ରତ୍ୟାହାର କରିଥିଲେ। ସତୀଶ କୁମାର ଗେତମ ଭାଜପାରୁ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

The post ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ, କାରଣ ଜାଣିଲେ ହୋଇଯିବେ ତାଜୁବ appeared first on Dharitri Odia News.