ମ୍ୟୁନିସିପାଲଟି ଦାବି ଜୋର୍‌ ଧରିଲା: ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଏମ୍‌ପି-ବିଧାୟକ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦେବା ନେଇ ପୁଣି ଦାବି ଉଠିଛି। ବୁଧବାର ଛତ୍ରପୁର ଗସ୍ତରେ ଆସିଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ […] The post ମ୍ୟୁନିସିପାଲଟି ଦାବି ଜୋର୍‌ ଧରିଲା: ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଏମ୍‌ପି-ବିଧାୟକ appeared first on Dharitri Odia News.

ମ୍ୟୁନିସିପାଲଟି ଦାବି ଜୋର୍‌ ଧରିଲା: ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଏମ୍‌ପି-ବିଧାୟକ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦେବା ନେଇ ପୁଣି ଦାବି ଉଠିଛି। ବୁଧବାର ଛତ୍ରପୁର ଗସ୍ତରେ ଆସିଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜୀବୀ ପି. ଧର୍ମା ରେଡ୍ଡୀ, ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖ ସ୍ମାରକପତ୍ର ଦେବା ସହ ଦାବି ପୂରଣ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଯଦି ନିୟମ ଭିତରେ ଆସୁଛି ଏବଂ ଜିଲାପାଳ ରିପୋର୍ଟ ଦେଲେ ନିଶ୍ଚିତ ଭାବେ ଛତ୍ରପୁର ମ୍ୟୁନିସିପାଲଟି ହେବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ତଥା ଫେବୃଆରୀ ୨୪ରେ ଛତ୍ରପୁରକୁ ମ୍ୟୁନିସିପାଲଟି ଘୋଷଣା ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ କରାଯାଇଥିଲା। ତେବେ ଏହାର ଗେଜେଟ ନୋଟିଫିକେଶନ ହୋଇ ନ ଥିଲା। ଫଳରେ ଛତ୍ରପୁର ଏବେ ବି ଏନ୍‌ଏସି ରହିଛି।

The post ମ୍ୟୁନିସିପାଲଟି ଦାବି ଜୋର୍‌ ଧରିଲା: ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଏମ୍‌ପି-ବିଧାୟକ appeared first on Dharitri Odia News.