ବଡ ବର୍ଡାକଟା ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ଡୁମାଳ ସାମାଜ ର ବୈଠକ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ଖଣ୍ଡହତା ଗ୍ରାମପଞ୍ଚାୟତର ବଡ ବଡ଼ାକଟା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି ।ଏହି ଉପଲକ୍ଷେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁରର ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ୱରେ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଖଣ୍ଡହତା କେନ୍ଦ୍ର ସମ୍ପାଦକ ରାଜକୁମାର ନାଏକ , ମାହେଶ୍ୱରୀ ମନ୍ଦିର ଦେହେରୀ – ଜଗନ୍ନାଥ ଦେହେରୀ , ଗ୍ରାମ୍ୟ […] The post ବଡ ବର୍ଡାକଟା ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ଡୁମାଳ ସାମାଜ ର ବୈଠକ appeared first on Odisha.News.
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ଖଣ୍ଡହତା ଗ୍ରାମପଞ୍ଚାୟତର ବଡ ବଡ଼ାକଟା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି ।ଏହି ଉପଲକ୍ଷେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁରର ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ୱରେ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଖଣ୍ଡହତା କେନ୍ଦ୍ର ସମ୍ପାଦକ ରାଜକୁମାର ନାଏକ , ମାହେଶ୍ୱରୀ ମନ୍ଦିର ଦେହେରୀ – ଜଗନ୍ନାଥ ଦେହେରୀ , ଗ୍ରାମ୍ୟ କମିଟି ସଭାପତି ଦିଗାମ୍ବର ଭୋଗ , ଲୋଚନ ଗାଇଗରିଆ , ଡମ୍ବରୁଧର ବେହେରା , ଗୋପାଳ ଦେହେରୀ , ଗୋବିନ୍ଦ ଦେହେରୀ , ଉଦ୍ଧବ ଦେହେରୀ , ମଦନ ଦେହେରୀ , ସମାରୁ ବେହେରା , ବାବୁଲୁ ମହାକୁର , ସଂସାରୁ ମହାକୁର , ପଙ୍କଜ ମହାକୁର , ସୋମନାଥ ପଧାନ , ବୈବସୁତ ପ୍ରଦାନ , ଶୁକ୍ରୁ ଶଙ୍ଖୁଆ , ନେପାଳ କର୍ଣ୍ଣ , ଗଣେଶ କର୍ଣ୍ଣ , ଅନିଲ କର୍ଣ୍ଣ , ଜମ୍ବେଶ୍ଵର କର୍ଣ୍ଣ , ଶିବ ମହାକୁର , ଭରତ ଗାଈଗରିଆ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ସମସ୍ତ କର୍ମ କର୍ତ୍ତା ମାନଙ୍କୁ ନେଇ ଜାତି ଭିତ୍ତିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ନାରୀ ନିର୍ଯ୍ୟାତନା , ବାଲ୍ୟ ବିବାହ ବନ୍ଦ କରିବା , ପିଠା ଖୁଆ ବନ୍ଦ କରିବା , ରିଙ୍ଗ୍ ସେରିମନି , ବନ୍ଦ କରିବା , ହିନ୍ଦୁ ଧର୍ମ ଅନୁଯାୟୀ ଡୁମାଳ ଜାତି ସମାଜ ନୀତି ନିୟମ ଅନୁସାରେ ବିବାହ , ମୃତାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଜିଲ୍ଲା କମିଟି ପକ୍ଷରୁ ଅନୁରୋଧ କରିଥିଲେ । ମାଁ ମାହେଶ୍ୱରୀ ଙ୍କର ପରମ୍ପରା ଅନୁଯାୟୀ ପୂଜାପାଠ କରିବା ନିମନ୍ତେ ମାହେଶ୍ୱରୀ ମନ୍ଦିର ସେବାୟତମାନଙ୍କୁ ନିବେଦନ କରିଥିଲେ ।ଡୁମାଳ ଜାତି ସମାଜ କୁ ସଂସ୍କାରକୁ ଆଣିବା ରେ ଜାତି ଭାଇ ମାନଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।ଶେଷରେ କଳାପଥର କେନ୍ଦ୍ରର ଅସ୍ଥାୟୀ ସଭାପତି ରବି ବଘାର ଉପସ୍ଥିତ ସମସ୍ତ କର୍ମ କର୍ତ୍ତା , ଜାତି ଭାଇ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
The post ବଡ ବର୍ଡାକଟା ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ଡୁମାଳ ସାମାଜ ର ବୈଠକ appeared first on Odisha.News.