ଚାଷୀ ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ ଶୁଖିଲା ଅଦାର ବଜାର ବ୍ୟବସ୍ଥାର ଶୁଭାରମ୍ଭ
ଝାରସୁଗୁଡା ୯/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଠାରେ ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ଓ ଆଞ୍ଚଳିକ ଜନ କଲ୍ୟାଣ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଜି ଏକ ଚାଷୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ନିର୍ଦ୍ଦେଶକ ଜିତେନ୍ଦ୍ର ଘଙ୍ଗେସ,ସିଡିଓ ପୃଥୀବିରାଜ ମଣ୍ଡଳ,ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ କୃଷି ବୈଜ୍ଞାନିକ ଡ. ସମୀର ରଞ୍ଜନ ଦାସ,କୃଷି ବୈଜ୍ଞାନିକ ତାରକ […] The post ଚାଷୀ ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ ଶୁଖିଲା ଅଦାର ବଜାର ବ୍ୟବସ୍ଥାର ଶୁଭାରମ୍ଭ appeared first on Odisha.News.
ଝାରସୁଗୁଡା ୯/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଠାରେ ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ଓ ଆଞ୍ଚଳିକ ଜନ କଲ୍ୟାଣ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଜି ଏକ ଚାଷୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ନିର୍ଦ୍ଦେଶକ ଜିତେନ୍ଦ୍ର ଘଙ୍ଗେସ,ସିଡିଓ ପୃଥୀବିରାଜ ମଣ୍ଡଳ,ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ କୃଷି ବୈଜ୍ଞାନିକ ଡ. ସମୀର ରଞ୍ଜନ ଦାସ,କୃଷି ବୈଜ୍ଞାନିକ ତାରକ ଚରଣ ପଣ୍ଡା,ଲଖନପୁର ବ୍ଲକ ଉଦ୍ୟାନ ସହକାରୀ ଅଧିକାରୀ ଅମିତ ନାଏକ ଏବଂ ପ୍ରୋଗ୍ରାମ ମ୍ୟାନେଜର ବିଭୁ କଲ୍ୟାଣ ମିଶ୍ର ଓ ଅଶୋକ ପ୍ରଧାନ ଯୋଗଦାନ କରି ଉନ୍ନତ ମାନର ଅଦା ଚାଷ ଏବଂ ଶୁଖିଲା ଅଦାର ବଜାରୀ କରଣ ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ । ଏହି ଅବସରରେ ଶୁଖିଲା ଅଦାକୁ ପ୍ରକ୍ରିୟା କରଣ କରିବା ସହ ପ୍ୟାକେଟ କରି ବୋଝେଇ ହୋଇଥିବା ଗାଡ଼ିକୁ ସବୁଜ ପତାକା ଦେଖାଇ ବଜାରୀ କରଣର ପାଇଁ ଶୁଭାରମ୍ଭ କରିଥିଲେ । ଯାହା ଅଞ୍ଚଳର ଅଦା ଚାଷୀ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିବା ଅନେକ ଚାଷୀ ମତପ୍ରକାଶ କରିଛନ୍ତି । ଆଞ୍ଚଳିକ ଜନ କଲ୍ୟାଣ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଗୌତମ ବେହେରା କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିବା ବେଳେ ପ୍ରୋଗ୍ରାମ ମ୍ୟାନେଜର ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଞ୍ଚଳର ବହୁ ସଂଖ୍ୟାରେ ଅଦା ଚାଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।
The post ଚାଷୀ ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ ଶୁଖିଲା ଅଦାର ବଜାର ବ୍ୟବସ୍ଥାର ଶୁଭାରମ୍ଭ appeared first on Odisha.News.