ପୁଣି ପ୍ରେମରେ ପଡ଼ିଲେ କି ଅଭିନେତ୍ରୀ ସାମନ୍ଥା…

ନୂଆଦିଲ୍ଲୀ: ସାମନ୍ଥା ରୁଥ୍ ପ୍ରଭୁ ଏବଂ ରାଜ ନିଦିମୋରୁ ପ୍ରେମ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ଦୁହେଁ ନିଜ ପକ୍ଷରୁ କିଛି ସ୍ପଷ୍ଟ କରିନାହାଁନ୍ତି କିନ୍ତୁ ସେମାନଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ ଯାହା କାରଣରୁ ଏପରି ଖବର ଲଗାତାର ଆସୁଛି। ସାମନ୍ଥା ପୂର୍ବରୁ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ କିନ୍ତୁ ୨୦୨୧ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ନିର୍ଦ୍ଦେଶକ ରାଜ ନିଦିମୋରୁ ମଧ୍ୟ ପୂର୍ବରୁ ବିବାହିତ। ଏବେ ନିର୍ଦ୍ଦେଶକଙ୍କ ପତ୍ନୀ ଶ୍ୟାମଳୀ ଦେ ଇନ୍ ଷ୍ଟାଗ୍ରାମରେ କିଛି […] The post ପୁଣି ପ୍ରେମରେ ପଡ଼ିଲେ କି ଅଭିନେତ୍ରୀ ସାମନ୍ଥା… appeared first on Odisha.News.

ପୁଣି ପ୍ରେମରେ ପଡ଼ିଲେ କି ଅଭିନେତ୍ରୀ ସାମନ୍ଥା…

ନୂଆଦିଲ୍ଲୀ: ସାମନ୍ଥା ରୁଥ୍ ପ୍ରଭୁ ଏବଂ ରାଜ ନିଦିମୋରୁ ପ୍ରେମ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ଦୁହେଁ ନିଜ ପକ୍ଷରୁ କିଛି ସ୍ପଷ୍ଟ କରିନାହାଁନ୍ତି କିନ୍ତୁ ସେମାନଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ ଯାହା କାରଣରୁ ଏପରି ଖବର ଲଗାତାର ଆସୁଛି।

ସାମନ୍ଥା ପୂର୍ବରୁ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ କିନ୍ତୁ ୨୦୨୧ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ନିର୍ଦ୍ଦେଶକ ରାଜ ନିଦିମୋରୁ ମଧ୍ୟ ପୂର୍ବରୁ ବିବାହିତ। ଏବେ ନିର୍ଦ୍ଦେଶକଙ୍କ ପତ୍ନୀ ଶ୍ୟାମଳୀ ଦେ ଇନ୍ ଷ୍ଟାଗ୍ରାମରେ କିଛି ପୋଷ୍ଟ କରିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଶ୍ୟାମଳୀ ଦେ ବୁଧବାର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରେମ ଏବଂ ଆଶୀର୍ବାଦ ବିଷୟରେ ଏକ ସକାରାତ୍ମକ ବାର୍ତ୍ତା ସେୟାର କରିଛନ୍ତି। କିଛି ପ୍ରଶଂସକ ଏହାକୁ ଗୁଜବର ପ୍ରତିକ୍ରିୟା ବୋଲି କହିଛନ୍ତି।

ତେବେ ସାମନ୍ଥା ୨୦୨୫ ଫେବୃଆରୀ ୧ ତାରିଖରେ ଏକ ପିକଲବଲ ଟୁର୍ଣ୍ଣାମେଣ୍ଟରୁ କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଫଟୋ ମଧ୍ୟରେ ଗୋଟିଏ ଫଟୋରେ ସେ ରାଜଙ୍କ ହାତ ଧରିଥିବା ଦେଖାଯାଇଥିଲା, ଯାହା ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଚର୍ଚ୍ଚାର କାରଣ ପାଲଟିଥିଲା। ନିକଟରେ ସାମନ୍ଥା ଓ ରାଜଙ୍କ ଏକ ଫ୍ଲାଇଟ୍ ଫଟୋ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ରାଜଙ୍କ କାନ୍ଧରେ ମୁଣ୍ଡ ରଖିଥିବା ଦେଖିବାକୁ ମିଳିଛି।

The post ପୁଣି ପ୍ରେମରେ ପଡ଼ିଲେ କି ଅଭିନେତ୍ରୀ ସାମନ୍ଥା… appeared first on Odisha.News.