ପୋଷ୍ଟ ଅଫିସରେ ନାହିଁ ଇଣ୍ଟରନେଟ ସେବା, ଲୋକେ ହନ୍ତସନ୍ତ

 ଉମରକୋଟ : ପୋଷ୍ଟ ଅଫିସରେ ୯ ଦିନ ହେଲାଣି ନାହିଁ ଇଣ୍ଟରନେଟ ସେବା, ଲୋକ ହନ୍ତସନ୍ତ ।  ନବରଙ୍ଗପୁର ଜିଲାର ପ୍ରମୁଖ ସହର ଉମରକୋଟ ଡିଏନକେରେ ଥିବା ଡାକ ଘରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ଇଣ୍ଟରନେଟ ସେବା ନଥିବାରୁ ଲୋକେ ଟଙ୍କା ପୈଠ, ଟଙ୍କା ଉଠାଣ ଭଳି ଜରୁରୀ ଡାକ ସେବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ ବେଳେ ଲୋକେ ଟଙ୍କା ନ ଉଠାଇ ପାରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ଉମରକୋଟ ପୋଷ୍ଟ ଅଫିସ ଉପରେ […] The post ପୋଷ୍ଟ ଅଫିସରେ ନାହିଁ ଇଣ୍ଟରନେଟ ସେବା, ଲୋକେ ହନ୍ତସନ୍ତ appeared first on KNews Odisha.

ପୋଷ୍ଟ ଅଫିସରେ ନାହିଁ ଇଣ୍ଟରନେଟ ସେବା, ଲୋକେ ହନ୍ତସନ୍ତ
post office..

 ଉମରକୋଟ : ପୋଷ୍ଟ ଅଫିସରେ ୯ ଦିନ ହେଲାଣି ନାହିଁ ଇଣ୍ଟରନେଟ ସେବା, ଲୋକ ହନ୍ତସନ୍ତ ।  ନବରଙ୍ଗପୁର ଜିଲାର ପ୍ରମୁଖ ସହର ଉମରକୋଟ ଡିଏନକେରେ ଥିବା ଡାକ ଘରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ଇଣ୍ଟରନେଟ ସେବା ନଥିବାରୁ ଲୋକେ ଟଙ୍କା ପୈଠ, ଟଙ୍କା ଉଠାଣ ଭଳି ଜରୁରୀ ଡାକ ସେବାରୁ ବଞ୍ଚିତ ହେଉଛନ୍ତି।

ଆବଶ୍ୟକ ବେଳେ ଲୋକେ ଟଙ୍କା ନ ଉଠାଇ ପାରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ଉମରକୋଟ ପୋଷ୍ଟ ଅଫିସ ଉପରେ ବ୍ଲକର ପ୍ରାୟ ୧୯ ଟି ବ୍ରାଞ୍ଚ ପୋଷ୍ଟ ଅଫିସ ଓ ଉମରକୋଟ ସହର ନିର୍ଭର କରୁଛି ।  ୮ ଦିନ ହେଲାଣି ତାର କଟି ଯାଇଥିଲେ ବି ବିଏସଏନ୍ଏଲର କର୍ମଚାରୀ ତାରକୁ ସଜାଡି ପାରୁନାହାଁନ୍ତି ।  ପୋଷ୍ଟ ମାଷ୍ଟର କହିଛନ୍ତି ଏ ନେଇ ଜୟପୁରରେ ଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି ।

Also read: ପୋଷ୍ଟ ଅଫିସରେ ଝୁଲୁଛି ତାଲା, ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ

 

The post ପୋଷ୍ଟ ଅଫିସରେ ନାହିଁ ଇଣ୍ଟରନେଟ ସେବା, ଲୋକେ ହନ୍ତସନ୍ତ appeared first on KNews Odisha.