ଆସନ୍ତାକାଲିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ, ସମସ୍ତ ପ୍ରକ୍ରିୟା ଦେୟମୁକ୍ତ, ଜାଣନ୍ତୁ କେଉଁଠି ଦାଖଲ କରିବେ
ଭୁବନେଶ୍ୱର : ଆସନ୍ତାକାଲିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଏହି ଫର୍ମ ମିଳିବା ସହ ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ […] The post ଆସନ୍ତାକାଲିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ, ସମସ୍ତ ପ୍ରକ୍ରିୟା ଦେୟମୁକ୍ତ, ଜାଣନ୍ତୁ କେଉଁଠି ଦାଖଲ କରିବେ appeared first on KNews Odisha.

ଭୁବନେଶ୍ୱର : ଆସନ୍ତାକାଲିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଏହି ଫର୍ମ ମିଳିବା ସହ ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ ।
ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ । ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ ।
‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଏକାନ୍ତ ଆବଶ୍ୟକ । ଏହି ଯୋଜନା ନେଇ କୌଣସି ଭ୍ରମିତ ଖବର ଦ୍ୱାରା ପ୍ରଭାବିତ ନହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
The post ଆସନ୍ତାକାଲିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ, ସମସ୍ତ ପ୍ରକ୍ରିୟା ଦେୟମୁକ୍ତ, ଜାଣନ୍ତୁ କେଉଁଠି ଦାଖଲ କରିବେ appeared first on KNews Odisha.