ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ଆଣବିକ ବୁଝାମଣା ନକଲେ ହେବ ବୋମାମାଡ
ଆଣବିକ ବୁଝାମଣା କର । ନଚେତ ବୋମାମାଡ ପାଇଁ ପ୍ରସ୍ତୁତ ରୁହ । ଇରାନକୁ ଏପରି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଟ୍ରମ୍ପ ଇରାନ ସମ୍ପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଶାସନ ଆଣବିକ ବୁଝାମଣା ପାଇଁ ଇରାନକୁ ପ୍ରସ୍ତାବ ଦେଇଥିଲା । ଏଥିପାଇଁ ଆଲୋଚନା କରିବାକୁ ମଧ୍ୟ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ। ଏପଟେ ଟ୍ରମ୍ପଙ୍କ ଧମକକୁ ଖାରଜ କରିଛି ଇରାନ। ଟ୍ରମ୍ପଙ୍କ […] The post ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ଆଣବିକ ବୁଝାମଣା ନକଲେ ହେବ ବୋମାମାଡ appeared first on KNews Odisha.

ଆଣବିକ ବୁଝାମଣା କର । ନଚେତ ବୋମାମାଡ ପାଇଁ ପ୍ରସ୍ତୁତ ରୁହ । ଇରାନକୁ ଏପରି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଟ୍ରମ୍ପ ଇରାନ ସମ୍ପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଶାସନ ଆଣବିକ ବୁଝାମଣା ପାଇଁ ଇରାନକୁ ପ୍ରସ୍ତାବ ଦେଇଥିଲା ।
ଏଥିପାଇଁ ଆଲୋଚନା କରିବାକୁ ମଧ୍ୟ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ। ଏପଟେ ଟ୍ରମ୍ପଙ୍କ ଧମକକୁ ଖାରଜ କରିଛି ଇରାନ। ଟ୍ରମ୍ପଙ୍କ ଚିଠିର ଜବାବ ଓମାନ ମାଧ୍ୟମରେ ପଠାଯାଇଥିବା ଇରାନ ବିଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । କୌଣସି ଚାପ ବା ଧମକ ଆଗରେ ଇରାନ ମୁଣ୍ଡ ନୁଆଁଇବ ନାହିଁ ବୋଲି ଇରାନ କହିଥିଲା ।
ସେହିପରି ଋଷ-ୟୁକ୍ରେନ ଯୁଦ୍ଧବିରତି ରାଜିନାମା ସ୍ୱୀକାର କରିବାକୁ ଋଷ ବିଳମ୍ବ କରୁଥିବାରୁ ଋଷ ଉପରେ ଅଧିକ କଠୋର ଆର୍ଥିକ କଟକଣା ଜାରି କରିବା ସହ ଟିକସ ବୃଦ୍ଧି କରାଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି।
Also read: ମୁହାଁମୁହିଁ ଇରାନ୍ -ଆମେରିକା, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
The post ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ଆଣବିକ ବୁଝାମଣା ନକଲେ ହେବ ବୋମାମାଡ appeared first on KNews Odisha.