ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ
ଗଞ୍ଜାମ,୨୨।୧୨(ବିଦ୍ୟାଧର ସାହୁ): ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଶହ ଶହ ଭରଣ ପାଚିଲା ଧାନ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି l ଗଞ୍ଜାମ ବ୍ଲକ ଅଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ଚାଷୀ ବର୍ଷା ପୂର୍ବରୁ ଧାନ ଅମଳ କରି ଘରକୁ ଆଣିଥିବା ବେଳେ ୬୦ ପ୍ରତିଶତ ଚାଷୀଙ୍କ ଧାନ ଏହି ଅଦିନିଆ ବର୍ଷା ଯୋଗୁ କ୍ଷତି ହୋଇଥିବା ଜଣାପଡିଛି l ଏ […] The post ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ appeared first on Dharitri Odia News.
ଗଞ୍ଜାମ,୨୨।୧୨(ବିଦ୍ୟାଧର ସାହୁ): ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଶହ ଶହ ଭରଣ ପାଚିଲା ଧାନ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି l ଗଞ୍ଜାମ ବ୍ଲକ ଅଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ଚାଷୀ ବର୍ଷା ପୂର୍ବରୁ ଧାନ ଅମଳ କରି ଘରକୁ ଆଣିଥିବା ବେଳେ ୬୦ ପ୍ରତିଶତ ଚାଷୀଙ୍କ ଧାନ ଏହି ଅଦିନିଆ ବର୍ଷା ଯୋଗୁ କ୍ଷତି ହୋଇଥିବା ଜଣାପଡିଛି l ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀl ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପାଣିରେ ବୁଡି ରହିଥିବା ଚାଷ ଜମି ବୁଲି ଦେଖିଛନ୍ତି।
ଗଞ୍ଜାମ ବ୍ଲକ ଅଞ୍ଚଳରେ ମୋଟ ୧୨ ହଜାର ୪୬୨ ହେକ୍ଟର ଚାଷ ଜମି ଥିବାବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସବୁ ଜମିରେ ଧାନ ପାଚି ଗଲାଣି l କିଛି ଚାଷୀ ଧାନ ଅମଳ କରି ଘରକୁ ଧାନ ନେଇ ଆସିଥିବା ବେଳେ ପ୍ରାୟ ୬୦ ପ୍ରତିଶତ ଚାଷୀଙ୍କ ଧାନ ଜମିରେ ରହିଥିବା ଦେଖିବାକୁ ମିଳିଛି l ବର୍ଷା ସାଙ୍ଗକୁ ପବନ ଯୋଗୁ ଅଧିକାଂଶ ଜମିରେ ପାଚିଲା ଧାନ ପାଣିରେ ବୁଡି ରହିଥିବା ବେଳେ ନଷ୍ଟ ମଧ୍ୟ ହୋଇଯାଇଥିବା ତହସିଲଦାର ଜାଣିବାକୁ ପାଇଛନ୍ତି l
The post ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ appeared first on Dharitri Odia News.