ରାଏବରେଲିରେ ରାହୁଲଙ୍କ ଘୋଷଣା, ‘ଖୁବଶୀଘ୍ର ବିବାହ କରିବାକୁ ପଡ଼ିବ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତାଙ୍କ ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ୫୩ ବର୍ଷୀୟ ରାହୁଲ ଗାନ୍ଧି କହିଥିଲେ, ‘ଏବେ ମତେ ଖୁବ୍ଶୀଘ୍ର ବିବାହ କରିବାକୁ ପଡ଼ିବ’। ତେବେ ଗତବର୍ଷ ଜୟପୁରର ମହାରାଣୀ କଲେଜରେ ରାହୁଲ ଗାନ୍ଧି କାହିଁକି ବିବାହ କରୁନାହାନ୍ତି ତାହା ସେ କଲେଜର ଛାତ୍ରୀମାନଙ୍କୁ କହିଥିଲେ। କଲେଜର ଜଣେ ଛାତ୍ରୀ ରାହୁଲଙ୍କୁ ପଚାରିଥିଲେ ସେ ସ୍ମାର୍ଟ ଏବଂ ଦେଖିବାକୁ ଖୁବ୍ ଭଲ […]

ରାଏବରେଲିରେ ରାହୁଲଙ୍କ ଘୋଷଣା, ‘ଖୁବଶୀଘ୍ର ବିବାହ କରିବାକୁ ପଡ଼ିବ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତାଙ୍କ ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ୫୩ ବର୍ଷୀୟ ରାହୁଲ ଗାନ୍ଧି କହିଥିଲେ, ‘ଏବେ ମତେ ଖୁବ୍ଶୀଘ୍ର ବିବାହ କରିବାକୁ ପଡ଼ିବ’। ତେବେ ଗତବର୍ଷ ଜୟପୁରର ମହାରାଣୀ କଲେଜରେ ରାହୁଲ ଗାନ୍ଧି କାହିଁକି ବିବାହ କରୁନାହାନ୍ତି ତାହା ସେ କଲେଜର ଛାତ୍ରୀମାନଙ୍କୁ କହିଥିଲେ। କଲେଜର ଜଣେ ଛାତ୍ରୀ ରାହୁଲଙ୍କୁ ପଚାରିଥିଲେ ସେ ସ୍ମାର୍ଟ ଏବଂ ଦେଖିବାକୁ ଖୁବ୍ ଭଲ ହୋଇଥିଲେ ମଧ୍ୟ ବିବାହ କାହିଁକି କରୁନାହାନ୍ତି। ଏହାର ଉତ୍ତରରେ ରାହୁଲ କହିଥିଲେ ସେ ତାଙ୍କ କାମ ଏବଂ ତାଙ୍କ ଦଳ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପତ। ତାଙ୍କ ଜୀବନରେ ବିବାହର କୌଣସି ସ୍ଥାନ ନାହିଁ ବୋଲି ସେ କହିଥିଲେ। କିନ୍ତୁ ଚଳିତ ଥର ରାହୁଲ ତାଙ୍କ ବିବାହକୁ ନେଇ ନୂଆ କଥା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ନିର୍ବାଚନ ଲଢ଼ୁଥିବା ରାଏବରେଲି ଆସନରେ ଆସନ୍ତା ମେ’ ୨୦ ତାରିଖୋୁର ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ୨୦୧୯ ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧି ଉକ୍ତ ଆସନରେ ନିର୍ବାଚନ ଜିତିଥିଲେ।