ସୁନ୍ଦରଗଡ଼ରେ କାୟା ବିସ୍ତାର କରୁଛି ଡେଙ୍ଗୁ

ରାଉରକେଲା : ରାଉରକେଲାରେ କାୟା ବିସ୍ତାର କଲାଣି ଡେଙ୍ଗୁ । ହଟସ୍ପଟ୍ ପାଲଟିଛି ସେକ୍ଟର-୧୪ ଅଂଚଳ । ଏଠାରୁ ପ୍ରାୟ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସରକାରୀ ମେଡ଼ିକାଲର ତଥ୍ୟ ଅନୁଯାୟୀ ଜାନୁଆରୀରୁ ଏପର୍ୟ୍ୟନ୍ତ ମୋଟ ୧୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଛନ୍ତି। ପାଖାପାଖି ୭୭୧ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ […]

ସୁନ୍ଦରଗଡ଼ରେ କାୟା ବିସ୍ତାର କରୁଛି ଡେଙ୍ଗୁ
ସୁନ୍ଦରଗଡ଼ରେ କାୟା ବିସ୍ତାର କରୁଛି ଡେଙ୍ଗୁ

ରାଉରକେଲା : ରାଉରକେଲାରେ କାୟା ବିସ୍ତାର କଲାଣି ଡେଙ୍ଗୁ । ହଟସ୍ପଟ୍ ପାଲଟିଛି ସେକ୍ଟର-୧୪ ଅଂଚଳ । ଏଠାରୁ ପ୍ରାୟ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସରକାରୀ ମେଡ଼ିକାଲର ତଥ୍ୟ ଅନୁଯାୟୀ ଜାନୁଆରୀରୁ ଏପର୍ୟ୍ୟନ୍ତ ମୋଟ ୧୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଛନ୍ତି। ପାଖାପାଖି ୭୭୧ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ କେବଳ ସରକାରୀ ଡାକ୍ତରଖାନା ନୁହେଁ ରାଉରକେଲାର ଅନେକ ଘରୋଇ ମେଡ଼ିକାଲରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିବା ଜଣାପଡିଛି। ଏହି ସମସ୍ତ ଡେଙ୍ଗୁ ଆକ୍ରାନ୍ତ ମାନେ ରାଉରକେଲାର ମାଲଗୋଦାମ, ବାଲୁଘାଟ, ଗୋପବନ୍ଧୁପଲ୍ଲୀ, ଛେଣ୍ଡ କଲୋନୀ ଓ ଇସ୍ପାତ ସହରାଞ୍ଚଳର। ଏହି ସ୍ଥାନରୁ ଡେଙ୍ଗୁ ଚିହ୍ନଟ ପଛରେ ସ୍ଥାନୀୟ ଅଂଚଳର ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦାୟୀ କରାଯାଇଛି।

ଏଣୁ ଜିଲ୍ଲା ପ୍ରଶାସନ ଏବେ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ପୁରା ଅଂଚଳକୁ ସର୍ଭେଲାନ୍ସରେ ରଖିଛି । ବିଭାଗ ଏବେ ଘର ଘର ବୁଲି ଲୋକଙ୍କୁ କେବଳ ବୁଝାଉ ନାହାନ୍ତି, ତାସହ ଘରେ ଘରେ ପଡିଥିବା ଅଳିଆ, ଆବର୍ଜନା, ଦୀର୍ଘଦିନ ଧରି ପାଣି ଜମି ରହୁଥିବା ଜାଗା ଗୁଡିକୁ ବି ସଫା କରିବାକୁ ସତର୍କ କରୁଛନ୍ତି।

ସେପଟେ ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।