ଚାମ୍ପିଅନ୍ସ ଟ୍ରଫିକୁ ନେଇ ଗାଙ୍ଗୁଲିଙ୍କ ଭବିଷ୍ୟତବାଣୀ, କହିଲେ- ଏହି ୪ ଦଳ ଖେଳିବେ ସେମି ଫାଇନାଲ୍

ନୂଆଦିଲ୍ଲୀ: ଆଉ କେଇ ଦିନ ପରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି ୨୦୨୫। ଏ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ହାଇବ୍ରିଡ ମଡେଲ୍ ଆଧାରରେ ଭାରତ ନିଜର ମ୍ୟାଚ୍ ଦୁବାଇରେ ଖେଳିବ। ତେବେ ସବୁ ଆଇସିସି ଟୁର୍ଣ୍ଣାମେଣ୍ଟ ପରି ଏଥର ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍‌ରେ କେଉଁ ୪ ଦଳ ପହଞ୍ଚିବେ ତାକୁ ନେଇ ଚର୍ଚ୍ଚା ଚାଲିଛି ଏବଂ ଅନେକ ପୂର୍ବତନ ଖେଳାଳି ନିଜର ପୂର୍ବାନୁମାନ କରି ଚାଲିଛନ୍ତି। ଏହି କ୍ରମରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଭବିଷ୍ୟତବାଣୀ କରି ଚାରୋଟି ସେମି ଫାଇନାଲିଷ୍ଟ ଦଳର ନା କହିଛନ୍ତି।ଗାଙ୍ଗୁଲି ଯେଉଁ ୪ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିବେ ସେଥିରେ ପାକିସ୍ତାନର ନା ସାମିଲ କରି ନାହାନ୍ତି। ପାକିସ୍ତାନ ପୁଣି ଚାମ୍ପିଅନ୍ସ ଟ୍ରଫିର ଡିଫେଣ୍ଡିଂ ଚାମ୍ପିଅନ। ପୁଣି ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଆୟୋଜକ। ତଥାପି ଗାଙ୍ଗୁଲି ଟପ୍-୪ ଦଳରେ ପାକିସ୍ତାନକୁ ରଖିବାକୁ ଉଚିତ୍ ମଣି ନାହାନ୍ତି। Also read: ‘ମୋ ଜୀବନ କାଳରେ ଦେଖିନି ଏତେ ଛକା...’ ଅଭିଷେକଙ୍କ ବ୍ୟାଟିଂ ଦେଖି ତାଟକା ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟରଭାରତୀୟ ଦଳର ପୂର୍ବତନ ଅଧିନାୟକ ସ୍ପୋର୍ଟ୍ସ ତକ ସହ ଆଲୋଚନା କରି ଭବିଷ୍ୟତବାଣୀ କରିଛନ୍ତି ଯେ, ଭାରତ ସହିତ ଅନ୍ୟ ତିନି ଦଳ ଭାବେ   ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ

ଚାମ୍ପିଅନ୍ସ ଟ୍ରଫିକୁ ନେଇ ଗାଙ୍ଗୁଲିଙ୍କ ଭବିଷ୍ୟତବାଣୀ, କହିଲେ- ଏହି ୪ ଦଳ ଖେଳିବେ ସେମି ଫାଇନାଲ୍

ନୂଆଦିଲ୍ଲୀ: ଆଉ କେଇ ଦିନ ପରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି ୨୦୨୫। ଏ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ହାଇବ୍ରିଡ ମଡେଲ୍ ଆଧାରରେ ଭାରତ ନିଜର ମ୍ୟାଚ୍ ଦୁବାଇରେ ଖେଳିବ। ତେବେ ସବୁ ଆଇସିସି ଟୁର୍ଣ୍ଣାମେଣ୍ଟ ପରି ଏଥର ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍‌ରେ କେଉଁ ୪ ଦଳ ପହଞ୍ଚିବେ ତାକୁ ନେଇ ଚର୍ଚ୍ଚା ଚାଲିଛି ଏବଂ ଅନେକ ପୂର୍ବତନ ଖେଳାଳି ନିଜର ପୂର୍ବାନୁମାନ କରି ଚାଲିଛନ୍ତି। ଏହି କ୍ରମରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଭବିଷ୍ୟତବାଣୀ କରି ଚାରୋଟି ସେମି ଫାଇନାଲିଷ୍ଟ ଦଳର ନା କହିଛନ୍ତି।

ଗାଙ୍ଗୁଲି ଯେଉଁ ୪ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିବେ ସେଥିରେ ପାକିସ୍ତାନର ନା ସାମିଲ କରି ନାହାନ୍ତି। ପାକିସ୍ତାନ ପୁଣି ଚାମ୍ପିଅନ୍ସ ଟ୍ରଫିର ଡିଫେଣ୍ଡିଂ ଚାମ୍ପିଅନ। ପୁଣି ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଆୟୋଜକ। ତଥାପି ଗାଙ୍ଗୁଲି ଟପ୍-୪ ଦଳରେ ପାକିସ୍ତାନକୁ ରଖିବାକୁ ଉଚିତ୍ ମଣି ନାହାନ୍ତି। 

Also read: ‘ମୋ ଜୀବନ କାଳରେ ଦେଖିନି ଏତେ ଛକା...’ ଅଭିଷେକଙ୍କ ବ୍ୟାଟିଂ ଦେଖି ତାଟକା ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟର

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସ୍ପୋର୍ଟ୍ସ ତକ ସହ ଆଲୋଚନା କରି ଭବିଷ୍ୟତବାଣୀ କରିଛନ୍ତି ଯେ, ଭାରତ ସହିତ ଅନ୍ୟ ତିନି ଦଳ ଭାବେ   ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍‌ରେ ପ୍ରବେଶ କରିବେ। ସେମି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳକୁ ମଧ୍ୟ ଚୟନ କରି ନାହାନ୍ତି ଗାଙ୍ଗୁଲି। ତେବେ ଦେଖିବାକୁ ବାକି ରହିଲା ଗାଙ୍ଗୁଲିଙ୍କ ଭବିଷ୍ୟତବାଣୀ  କେତେ ସଠିକ୍ ସାବ୍ୟସ୍ତ ହେଉଛି।

ସୂଚନାଯୋଗ୍ୟ,  ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚିରେ ଖେଳାଯିବ। ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଦୁବାଇରେ ଖେଳିବ। ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚ୍ ଫେବୃଆରୀ ୨୩ରେ ଦୁବାଇରେ ଏବଂ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଖେଳାଯିବ। ତେବେ ଫାଇନାଲ୍ ମ୍ୟାଚ୍ କେଉଁଠି ଖେଳାଯିବ ଏହା ଭାରତୀୟ ଦଳର   ଫାଇନାଲ୍ ପହଞ୍ଚିବା ଉପରେ ନିର୍ଭର କରେ। 

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୋଟ୍ ୮ଟି ଦଳ ମଧ୍ୟରେ ୧୫ଟି ମ୍ୟାଚ୍ ଖେଳାଯିବ। ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି। ସମସ୍ତ ୮ ଦଳ ପରସ୍ପର ମଧ୍ୟରେ ୩ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ପ୍ରତି ଗ୍ରୁପରୁ ଶୀର୍ଷ ୨ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିବେ। ପ୍ରଥମ ସେମି ଫାଇନାଲ୍ ଦୁବାଇ ଓ ଦ୍ଵିତୀୟ ସେମି ଫାଇନାଲ୍‌ ଲାହୋରରେ ଖେଳାଯିବ। ଏମିତିରେ ଯେଉଁ ଦଳ ଫାଇନାଲ୍‌ରେ ପହଞ୍ଚିବ ସେ ମୋଟ୍ ୫ଟି ମ୍ୟାଚ୍ ଖେଳିବ। 

ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ 

ଗ୍ରୁପ ଏ- ପାକିସ୍ତାନଭାରତନ୍ୟୁଜିଲାଣ୍ଡବାଂଲାଦେଶ

ଗ୍ରୁପ ବି- ଦକ୍ଷିଣ ଆଫ୍ରିକାଅଷ୍ଟ୍ରେଲିଆଆଫଗାନିସ୍ତାନଇଂଲଣ୍ଡ