କୋଲକାତା ହସ୍ପିଟାଲର ଏକ୍ସ ପ୍ରିନ୍ସିପାଲଙ୍କର ହେବ ମିଛ ଧରା ପରୀକ୍ଷା, ସ୍କାନରରେ ଆଉ ୪ ଡାକ୍ତର

କୋଲକାତା ୨୩/୦୮: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ସେହି ହସ୍ପିଟାଲର ଅନ୍ୟ ୪ ଜଣ ଡାକ୍ତରଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏଥିପାଇଁ କୋଲକାତାର ସ୍ୱତନ୍ତ୍ର କୋର୍ଟ ଗୁରୁବାର ସିବିଆଇକୁ ଅନୁମତି ଦେଇଛନ୍ତି । Also Read: କୋଲକାତା: ଡାକ୍ତରଙ୍କ ସହ ହୋଇ ନାହିଁ ଗଣ ଦୁଷ୍କର୍ମ, ଜାଣନ୍ତୁ CBI ଯାଞ୍ଚରୁ ଆଉ ଜଣା ପଡିଲା କ’ଣ?ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦିନ ଅର୍ଥାତ ଅଗଷ୍ଟ ୮ ତାରିଖରେ ସମସ୍ତେ ହସ୍ପିଟାଲରେ ଡ୍ୟୁଟିରେ ଥିଲେ । ଗୁରୁବାର ସିବିଆଇ ସମସ୍ତ ୫ ଜଣଙ୍କୁ କୋର୍ଟରେ ହାଜର କରିଥିଲା । ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଅନୁମତି ଲୋଡିଥିଲା । ଶେଷରେ କୋର୍ଟ ଅନୁମତି ଦେଇଥିଲେ । ସିବିଆଇ ଏହି ମାମଲାରେ ପୂର୍ବରୁ ସନ୍ଦୀପ ଘୋଷଙ୍କୁ ଜେରା କରିସାରିଛି । ଡାକ୍ତରଙ୍କ ମୃତ୍ୟୁ ଖବର ଜାଣିବା ପରେ ସେ ପ୍ରଥମେ କ’ଣ କଲେ? କାହା ସହିତ ଯୋଗାଯୋଗ କରିଥିଲେ? ପୋଲିସରେ ଅଭିଯୋଗ କରିବାରେ ବିଳମ୍ବ କାହିଁକି କରାଯାଇଥିଲା? ପିତାମାତାଙ୍କୁ ମୃତ ଡାକ୍ତରଙ୍କ ଶବ ଦେଖାଇବାରେ କାହିଁକି ବିଳମ୍ବ ହୋଇଥିଲା? ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା। ତାଙ୍କର ଭୂମିକା କ’ଣ ଥିଲା ତାହା ଜାଣିବାକୁ ସିବିଆଇ ଉଦ୍ୟମ କରୁଛି । ସେହିଭଳି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବା ଲାଗି ସ୍ଥାନୀୟ ପୁଲିସ ସହାୟତାରେ ମିଶି

କୋଲକାତା ହସ୍ପିଟାଲର ଏକ୍ସ ପ୍ରିନ୍ସିପାଲଙ୍କର ହେବ ମିଛ ଧରା ପରୀକ୍ଷା, ସ୍କାନରରେ ଆଉ ୪ ଡାକ୍ତର

କୋଲକାତା ୨୩/୦୮: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ସେହି ହସ୍ପିଟାଲର ଅନ୍ୟ ୪ ଜଣ ଡାକ୍ତରଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏଥିପାଇଁ କୋଲକାତାର ସ୍ୱତନ୍ତ୍ର କୋର୍ଟ ଗୁରୁବାର ସିବିଆଇକୁ ଅନୁମତି ଦେଇଛନ୍ତି । 


Also Read: କୋଲକାତା: ଡାକ୍ତରଙ୍କ ସହ ହୋଇ ନାହିଁ ଗଣ ଦୁଷ୍କର୍ମ, ଜାଣନ୍ତୁ CBI ଯାଞ୍ଚରୁ ଆଉ ଜଣା ପଡିଲା କ’ଣ?


ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦିନ ଅର୍ଥାତ ଅଗଷ୍ଟ ୮ ତାରିଖରେ ସମସ୍ତେ ହସ୍ପିଟାଲରେ ଡ୍ୟୁଟିରେ ଥିଲେ । 

ଗୁରୁବାର ସିବିଆଇ ସମସ୍ତ ୫ ଜଣଙ୍କୁ କୋର୍ଟରେ ହାଜର କରିଥିଲା । ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଅନୁମତି ଲୋଡିଥିଲା । ଶେଷରେ କୋର୍ଟ ଅନୁମତି ଦେଇଥିଲେ । ସିବିଆଇ ଏହି ମାମଲାରେ ପୂର୍ବରୁ ସନ୍ଦୀପ ଘୋଷଙ୍କୁ ଜେରା କରିସାରିଛି । ଡାକ୍ତରଙ୍କ ମୃତ୍ୟୁ ଖବର ଜାଣିବା ପରେ ସେ ପ୍ରଥମେ କ’ଣ କଲେ? କାହା ସହିତ ଯୋଗାଯୋଗ କରିଥିଲେ? 

ପୋଲିସରେ ଅଭିଯୋଗ କରିବାରେ ବିଳମ୍ବ କାହିଁକି କରାଯାଇଥିଲା? ପିତାମାତାଙ୍କୁ ମୃତ ଡାକ୍ତରଙ୍କ ଶବ ଦେଖାଇବାରେ କାହିଁକି ବିଳମ୍ବ ହୋଇଥିଲା? ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା। ତାଙ୍କର ଭୂମିକା କ’ଣ ଥିଲା ତାହା ଜାଣିବାକୁ ସିବିଆଇ ଉଦ୍ୟମ କରୁଛି । ସେହିଭଳି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବା ଲାଗି ସ୍ଥାନୀୟ ପୁଲିସ ସହାୟତାରେ ମିଶି ଅଭିଯୁକ୍ତମାନେ ଯୋଜନା କରିଥିବା ସିବିଆଇ ମଧ୍ୟ ଅନୁମାନ କରୁଛି । 


Also Read: କଠୋର ଆଇନର ଆବଶ୍ୟକତା; କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲା ଭିତରେ ପିଏମ୍ ମୋଦୀଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ


ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରିବାକୁ କୋର୍ଟ ସିବିଆଇକୁ ଅନୁମତି ଦେଇଥିଲେ । ସୂଚନାଯୋଗ୍ୟ ଯେ ଅଗଷ୍ଟ ୮ ତାରିଖ ରାତିରେ ମହିଳା ଡାକ୍ତର ଜଣକ ଡ୍ୟୁଟି କରିଥିଲେ । ଏହା ପରଦିନ ଅର୍ଥାତ ୯ ତାରିଖ ସକାଳେ ତାଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।