ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା, ସସ୍‌ପେଣ୍ଡ ହେଲେ ଜେଲ୍ ଓ୍ୱାର୍ଡର

କରଞ୍ଜିଆ ୧୪/୦୯: ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା । ଶେଷରେ ନିଲମ୍ୱିତ ହେଲେ କରଞ୍ଜିଆ ଉପ କାରାଗାରର ଜେଲ୍ ୱାର୍ଡର ସ୍ୱାଗତ ରଥ । ତାଙ୍କ ନାଁରେ ଜେଲ୍ ମାନୁଆଲକୁ ଉଲଙ୍ଘନ ଅଭିଯୋଗ ଥିଲା । ଏହାସହ କ୍ଷମତାର ଅପବ୍ୟବହାର ଜେଲ୍‌ରେ ମନମାନି କରିଥିବା ବି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କରିଛନ୍ତି ବାରିପଦା ସର୍କଲ୍ ଜେଲ୍ ର ବରିଷ୍ଠ ଜେଲ୍ ଅଧିକ୍ଷକ । ସମ୍ପୃକ୍ତ ୱାର୍ଡରଙ୍କୁ ନାଁରେ ଅଭିଯୋଗ ଥିଲା କି, ଗତ ଅଗଷ୍ଟ ୩୦ ତାରିଖ ରାତି ୧୦ ଟା ବେଳେ ଜେଲ୍ ଭିତରୁ ସହକାରୀ ସବ୍ ଜେଲର ୱାର୍ଡର ସ୍ବାଗତ ରଥ ଠାରୁ ମୋବାଇଲ୍ ଜବତ୍ କରିଥିଲେ । ତେବେ ଅଭିଯୋଗ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ପରେ ତାଙ୍କୁ ବାଲେଶ୍ଵର ଜିଲ୍ଲା କାରାଗାର ମୂଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ।

ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା, ସସ୍‌ପେଣ୍ଡ ହେଲେ ଜେଲ୍ ଓ୍ୱାର୍ଡର

କରଞ୍ଜିଆ ୧୪/୦୯: ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା । ଶେଷରେ ନିଲମ୍ୱିତ ହେଲେ କରଞ୍ଜିଆ ଉପ କାରାଗାରର ଜେଲ୍ ୱାର୍ଡର ସ୍ୱାଗତ ରଥ । ତାଙ୍କ ନାଁରେ ଜେଲ୍ ମାନୁଆଲକୁ ଉଲଙ୍ଘନ ଅଭିଯୋଗ ଥିଲା । 

ଏହାସହ କ୍ଷମତାର ଅପବ୍ୟବହାର ଜେଲ୍‌ରେ ମନମାନି କରିଥିବା ବି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କରିଛନ୍ତି ବାରିପଦା ସର୍କଲ୍ ଜେଲ୍ ର ବରିଷ୍ଠ ଜେଲ୍ ଅଧିକ୍ଷକ । ସମ୍ପୃକ୍ତ ୱାର୍ଡରଙ୍କୁ ନାଁରେ ଅଭିଯୋଗ ଥିଲା କି, ଗତ ଅଗଷ୍ଟ ୩୦ ତାରିଖ ରାତି ୧୦ ଟା ବେଳେ ଜେଲ୍ ଭିତରୁ ସହକାରୀ ସବ୍ ଜେଲର ୱାର୍ଡର ସ୍ବାଗତ ରଥ ଠାରୁ ମୋବାଇଲ୍ ଜବତ୍ କରିଥିଲେ । 

ତେବେ ଅଭିଯୋଗ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ପରେ ତାଙ୍କୁ ବାଲେଶ୍ଵର ଜିଲ୍ଲା କାରାଗାର ମୂଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ।