ବଢ଼ିଲା ସୁନା, କମିଲା ରୁପା: କାହାର ମୂଲ୍ୟ କେତେ ବଢ଼ିଲା ଜାଣନ୍ତୁ
ନୂଆଦିଲ୍ଲୀ: ଶୁକ୍ରବାର ରୁପା ମୂଲ୍ୟରେ ପୁଣି ହ୍ରାସ ଦେଖିବାକୁ ମିଳିଛି। ଏମସିଏକ୍ସରେ ରୁପା ମୂଲ୍ୟ ୧୦୦୦ ଟଙ୍କା ହ୍ରାସ ପାଇଛି। ଫଳରେ କେଜି ପ୍ରତି ରୁପା ୯୩୦୦୦ ଟଙ୍କା ହୋଇଛି। ଅନ୍ୟପଟେ ସୁନା ମୂଲ୍ୟରେ ଆଜି ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ସୁନା ୧୦ ଗ୍ରାମକୁ ୭୨୦୦୦ ଟଙ୍କା ହୋଇଛି। ଏହା ପୂର୍ବରୁ ଗୁରୁବାର ରୁପା ମୂଲ୍ୟରେ ବୃଦ୍ଧି ହୋଇ କେଜି ପ୍ରତି ୯୪,୧୨୩ ଟଙ୍କା ଥିଲା। ହେଲେ ମାସର ଶେଷ ଦିନରେ ଶୁକ୍ରବାର ସୁନା ୧୦୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପଟେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇଛି। ସୁନା ମୂଲ୍ୟରେ ମାତ୍ର ୧୪ ଟଙ୍କା ବୃଦ୍ଧି ହୋଇ ୧୦ ଗ୍ରାମ ପ୍ରତି ସୁନା ୭୧,୯୧୦ ଟଙ୍କା ହୋଇଛି। ଏହା ପୂର୍ବରୁ ଗୁରୁବାର ସୁନା ଏମସିଏକ୍ସରେ ୭୧,୮୮୭ ଟଙ୍କା ଥିଲା। ସେହିପରି ଅନ୍ତର୍ଜାତୀୟ ବଜାରରେ ବି ସୁନା ଓ ରୁପା ମୂଲ୍ୟ ହ୍ରାସ ହୋଇଛି।ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ମୂଲ୍ୟ ୯,୨୭୩ ଟଙ୍କା ବୃଦ୍ଧି ପାଇଲାଣି। ଜାନୁଆରୀ ୧ ରେ ସୁନା ମୂଲ୍ୟ ୬୩,୩୫୨ ଟଙ୍କା ଥିଲା। ବର୍ତ୍ତମାନ ୧୦ ଗ୍ରାମ ପିଛା ୭୧,୯୧୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋ କି ଗ୍ରାମ ରୂପା ମୂଲ୍ୟ ୭୩,୩୯୬ ରୁ ୯୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି।HDFC ସିକ୍ୟୁସିକ୍ୟୁରିଜର କମୋଡିଟିଡିଟି ଏବଂ କରେନ୍ସି ହେଡ୍, ଅନୁଜ ଗୁପ୍ତାଙ୍କ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ସୁନା ଓ ରୁପା ବୃଦ୍ଧି ପାଇବ। ଆଗାମୀ ବର୍ଷକରେ ସୁନା ମୂଲ୍ୟ ୧୦ ଗ୍ରାମ
ନୂଆଦିଲ୍ଲୀ: ଶୁକ୍ରବାର ରୁପା ମୂଲ୍ୟରେ ପୁଣି ହ୍ରାସ ଦେଖିବାକୁ ମିଳିଛି। ଏମସିଏକ୍ସରେ ରୁପା ମୂଲ୍ୟ ୧୦୦୦ ଟଙ୍କା ହ୍ରାସ ପାଇଛି। ଫଳରେ କେଜି ପ୍ରତି ରୁପା ୯୩୦୦୦ ଟଙ୍କା ହୋଇଛି। ଅନ୍ୟପଟେ ସୁନା ମୂଲ୍ୟରେ ଆଜି ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ସୁନା ୧୦ ଗ୍ରାମକୁ ୭୨୦୦୦ ଟଙ୍କା ହୋଇଛି।
ଏହା ପୂର୍ବରୁ ଗୁରୁବାର ରୁପା ମୂଲ୍ୟରେ ବୃଦ୍ଧି ହୋଇ କେଜି ପ୍ରତି ୯୪,୧୨୩ ଟଙ୍କା ଥିଲା। ହେଲେ ମାସର ଶେଷ ଦିନରେ ଶୁକ୍ରବାର ସୁନା ୧୦୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପଟେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇଛି। ସୁନା ମୂଲ୍ୟରେ ମାତ୍ର ୧୪ ଟଙ୍କା ବୃଦ୍ଧି ହୋଇ ୧୦ ଗ୍ରାମ ପ୍ରତି ସୁନା ୭୧,୯୧୦ ଟଙ୍କା ହୋଇଛି। ଏହା ପୂର୍ବରୁ ଗୁରୁବାର ସୁନା ଏମସିଏକ୍ସରେ ୭୧,୮୮୭ ଟଙ୍କା ଥିଲା। ସେହିପରି ଅନ୍ତର୍ଜାତୀୟ ବଜାରରେ ବି ସୁନା ଓ ରୁପା ମୂଲ୍ୟ ହ୍ରାସ ହୋଇଛି।
ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ମୂଲ୍ୟ ୯,୨୭୩ ଟଙ୍କା ବୃଦ୍ଧି ପାଇଲାଣି। ଜାନୁଆରୀ ୧ ରେ ସୁନା ମୂଲ୍ୟ ୬୩,୩୫୨ ଟଙ୍କା ଥିଲା। ବର୍ତ୍ତମାନ ୧୦ ଗ୍ରାମ ପିଛା ୭୧,୯୧୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋ କି ଗ୍ରାମ ରୂପା ମୂଲ୍ୟ ୭୩,୩୯୬ ରୁ ୯୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି।
HDFC ସିକ୍ୟୁସିକ୍ୟୁରିଜର କମୋଡିଟିଡିଟି ଏବଂ କରେନ୍ସି ହେଡ୍, ଅନୁଜ ଗୁପ୍ତାଙ୍କ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ସୁନା ଓ ରୁପା ବୃଦ୍ଧି ପାଇବ। ଆଗାମୀ ବର୍ଷକରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୦ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ଯେଉଁଠାରେ ରୁପା ମଧ୍ୟ କିଲୋ କି ଗ୍ରାମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଅନୁଜ ଅନୁମାନ କରିଛନ୍ତି।