ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର ରାଜ୍ୟ ପ୍ରଚାର କମିଟି ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଲୋକ ସଭା ଏବଂ ବିଧାନସଭା କ୍ଷେତ୍ରରେ କିପରି ପ୍ରଭାବୀ ଢଙ୍ଗରେ ପ୍ରଚାର କରାଯିବ ତା’ର ରଣକାୈଶଳ ସ୍ଥିର କରାଯାଇଛି। ଜାତୀୟ କଂଗ୍ରେସର ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ଏବଂ […] The post ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ appeared first on Dharitri Odia News.

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର ରାଜ୍ୟ ପ୍ରଚାର କମିଟି ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଲୋକ ସଭା ଏବଂ ବିଧାନସଭା କ୍ଷେତ୍ରରେ କିପରି ପ୍ରଭାବୀ ଢଙ୍ଗରେ ପ୍ରଚାର କରାଯିବ ତା’ର ରଣକାୈଶଳ ସ୍ଥିର କରାଯାଇଛି। ଜାତୀୟ କଂଗ୍ରେସର ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ଏବଂ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି କିପରି ସାଧାରଣ ମତଦାତାଙ୍କ ନିକଟରେ ପହଞ୍ଚିବ ସେନେଇ ଚର୍ଚ୍ଚା ହୋଇଛି। ଶ୍ରୀକ୍ଷେତ୍ର ଧାମରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ କରାଯିବ। ଏହି ପ୍ରଚାର ଅଭିଯାନ ୧୪୭ ବିଧାନସଭା ଓ ୨୧ ଲୋକ ସଭା କ୍ଷେତ୍ରରେ ପହଞ୍ଚିବ। ଆସନ୍ତା ୨୮ରେ ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଜନସଭାରେ ଏମ୍‌ପି ରାହୁଲ ଗାନ୍ଧୀ ସମ୍ବୋଧନ କରିବେ। ବୁଥ୍‌ସ୍ତରରେ ଓଡ଼ିଶା କଂଗ୍ରେସ ୯ଟି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରାଯାଇଥିଲା।

The post ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ appeared first on Dharitri Odia News.