ଛତ୍ରପୁର ନିର୍ବାଚନ ମଣ୍ଡଳୀ: ଭାଜପା-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର

ଗଞ୍ଜାମ,୯ା୪(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଭାଜପାରୁ କୃଷ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ମିଳିବା ପରେ ନିଜ ନିଜ ଦଳୀୟ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବନମାଳୀ ସେଠୀ ଦୀର୍ଘ ବର୍ଷ ଧରି ଭାଜପାରେ ଦଳର ସଂଗଠନ କରି ଆସିଥିବା ପ୍ରଶାନ୍ତ କର ଓ କୀର୍ତ୍ତନ […] The post ଛତ୍ରପୁର ନିର୍ବାଚନ ମଣ୍ଡଳୀ: ଭାଜପା-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର appeared first on Dharitri Odia News.

ଛତ୍ରପୁର ନିର୍ବାଚନ ମଣ୍ଡଳୀ: ଭାଜପା-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର

ଗଞ୍ଜାମ,୯ା୪(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଭାଜପାରୁ କୃଷ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ମିଳିବା ପରେ ନିଜ ନିଜ ଦଳୀୟ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବନମାଳୀ ସେଠୀ ଦୀର୍ଘ ବର୍ଷ ଧରି ଭାଜପାରେ ଦଳର ସଂଗଠନ କରି ଆସିଥିବା ପ୍ରଶାନ୍ତ କର ଓ କୀର୍ତ୍ତନ ଦାସ ପ୍ରମୁଖ ବିଧାୟକ ଟିକେଟ ଆଶାୟୀ ଥିଲେ। ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ଡାକ୍ତର ପ୍ରିୟାଂଶୁ ପ୍ରଧାନ ଜିତିଥିବା ବେଳେ ଗତ ନିର୍ବାଚନରେ ସୁବାସ ଚନ୍ଦ୍ର ବେହେରା ବିଜୟୀ ହୋଇଥିଲେ।

ଚଳିତ ନିର୍ବାଚନରେ ବିଜେଡି ବିଧାୟକ ସୁବାସ ପୁଣି ଜିତି ବିଜେଡି ହ୍ୟାଟ୍ରିକ କରିବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି। ତେବେ ଭାଜପା ଓ ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ, ଏଥିରେ ଦ୍ୱିମତ ନାହିଁ। ଭାଜପା ମଧ୍ୟ ନିର୍ବାଚନ ରଣାଙ୍ଗନରେ ପାରିହେବାକୁ ନିଜର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ତେବେ ଦେଖିବାକୁ ବାକି ରହିଲା ଚଳିତ ସାଧାରଣ ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କାହାର ଜିତାପଟ ହେଉଛି ।

The post ଛତ୍ରପୁର ନିର୍ବାଚନ ମଣ୍ଡଳୀ: ଭାଜପା-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର appeared first on Dharitri Odia News.