ରାସ୍ତା ଉପରୁ ପରିବା ଦୋକାନ ହଟାଇଲା ପ୍ରଶାସନ

ହିଞ୍ଜିଳିକାଟୁ,୨୦ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପରିବା ମାର୍କେଟ ତାରାତାରିଣୀ ରାସ୍ତା ଉପରେ ବସି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ବୁଧବାର ହଟାଇଛି ପ୍ରଶାସନ। ରାସ୍ତାର ଉଭୟ ପାଶର୍‌ବରେ ବହୁ କ୍ଷୁଦ୍ର ପରିବା ବ୍ୟବସାୟୀ ରାସ୍ତା ଉପରେ ବସି ବ୍ୟବସାୟ କରି ଆସୁଥିଲେ। ରାସ୍ତା ସଂକୀର୍ଣ୍ଣ ହେବା ସହ ଗାଡ଼ିମୋଟର ଚଳାଚଳ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏଥିସହିତ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଥିଲା। ପୌର କାର୍ଯ୍ୟ ନିର୍ବାହୀ […] The post ରାସ୍ତା ଉପରୁ ପରିବା ଦୋକାନ ହଟାଇଲା ପ୍ରଶାସନ appeared first on Dharitri Odia News.

ରାସ୍ତା ଉପରୁ ପରିବା ଦୋକାନ ହଟାଇଲା ପ୍ରଶାସନ

ହିଞ୍ଜିଳିକାଟୁ,୨୦ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପରିବା ମାର୍କେଟ ତାରାତାରିଣୀ ରାସ୍ତା ଉପରେ ବସି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ବୁଧବାର ହଟାଇଛି ପ୍ରଶାସନ।
ରାସ୍ତାର ଉଭୟ ପାଶର୍‌ବରେ ବହୁ କ୍ଷୁଦ୍ର ପରିବା ବ୍ୟବସାୟୀ ରାସ୍ତା ଉପରେ ବସି ବ୍ୟବସାୟ କରି ଆସୁଥିଲେ। ରାସ୍ତା ସଂକୀର୍ଣ୍ଣ ହେବା ସହ ଗାଡ଼ିମୋଟର ଚଳାଚଳ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏଥିସହିତ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଥିଲା। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ହିଞ୍ଜିଳି ପୋଲିସ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

The post ରାସ୍ତା ଉପରୁ ପରିବା ଦୋକାନ ହଟାଇଲା ପ୍ରଶାସନ appeared first on Dharitri Odia News.