‘କ୍ଷମା ମାଗନ୍ତୁ…’ ତୌବା ତୌବା ଗୀତରେ ଡ୍ୟାନ୍ସ କରି ଫସିଲେ ଯୁବରାଜ, ହରଭଜନ, ରାଇନା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୫।୭: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ସୁରେଶ ରାଇନାଙ୍କ ତୌବା ତୌବା ଗୀତର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆପଣଙ୍କୁ କହିରଖୁଛୁ ଯେ ଯୁବରାଜଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ନିକଟରେ ଓ୍ବାଲର୍‌ଡ ଚମ୍ପିୟନସିପ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଟ୍ରଫି ଜିତିଛି। ତେବେ ଡ୍ୟାନ୍ସ ଭିଡିଓକୁ ନେଇ ଏବେ ବିବାଦ ଭିତରକୁ ଆସିଛି। ବାସ୍ତବରେ ହରଭଜନ ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ପ୍ରଥମେ ଯୁବରାଜ ପ୍ରବେଶ […] The post ‘କ୍ଷମା ମାଗନ୍ତୁ…’ ତୌବା ତୌବା ଗୀତରେ ଡ୍ୟାନ୍ସ କରି ଫସିଲେ ଯୁବରାଜ, ହରଭଜନ, ରାଇନା, ଜାଣନ୍ତୁ ପୂରା ଘଟଣା appeared first on Dharitri Odia News.

‘କ୍ଷମା ମାଗନ୍ତୁ…’ ତୌବା ତୌବା ଗୀତରେ ଡ୍ୟାନ୍ସ କରି ଫସିଲେ ଯୁବରାଜ, ହରଭଜନ, ରାଇନା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୫।୭: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ସୁରେଶ ରାଇନାଙ୍କ ତୌବା ତୌବା ଗୀତର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆପଣଙ୍କୁ କହିରଖୁଛୁ ଯେ ଯୁବରାଜଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ନିକଟରେ ଓ୍ବାଲର୍‌ଡ ଚମ୍ପିୟନସିପ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଟ୍ରଫି ଜିତିଛି। ତେବେ ଡ୍ୟାନ୍ସ ଭିଡିଓକୁ ନେଇ ଏବେ ବିବାଦ ଭିତରକୁ ଆସିଛି।

ବାସ୍ତବରେ ହରଭଜନ ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ପ୍ରଥମେ ଯୁବରାଜ ପ୍ରବେଶ କରୁଛନ୍ତି। ଏହା ପରେ ହରଭଜନ ଏବଂ ତା’ପରେ ସୁରେଶ ରାଇନା ମଧ୍ୟ ବିକି କୌଶଲଙ୍କ ତୌବା ତୌବା ଗୀତର ଷ୍ଟେପ୍‌ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଭାରତର ପାରାଲିମ୍ପିକ କମିଟି ଯୁବରାଜ, ହରଭଜନ ଏବଂ ରାଇନାଙ୍କ ଭିଡିଓକୁ ବିରୋଧ କରିଛି ଏବଂ ସେମାନଙ୍କୁ କ୍ଷମା ମାଗିବାକୁ ମଧ୍ୟ ଅନୁରୋଧ କରିଛି।

ଭାରତର ପାରାଲିମ୍ପିକ କମିଟି ଏହି ଭାଇରାଲ ଭିଡିଓର କମେଣ୍ଟ ସେକ୍ସନରେ ଲେଖିଛି – ଏହା ଏକ ଘୃଣ୍ୟ ଏବଂ ସମ୍ବେଦନଶୀଳ କାର୍ଯ୍ୟ। ଜଣେ ତାରକା ସେଲିବ୍ରିଟି ହୋଇ, ତୁମେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ୍‌ ଏବଂ ସମାଜରେ ସକରାତ୍ମକତା ବିସ୍ତାର କରିବା ଉଚିତ୍‌। କିନ୍ତୁ ଏଠାରେ ତୁମେ ଭିନ୍ନକ୍ଷମମାନଙ୍କୁ ଅନୁକରଣ କରି ତାଙ୍କର ପରିହାସ କରୁଛ । ଏହିପରି ଅପମାନଜନକ ଅଙ୍ଗଭଙ୍ଗୀ କରି ଆପଣ ଶାରୀରିକ ଅକ୍ଷମ ଥିବା ଲୋକଙ୍କୁ ଅବମାନନା କରୁଛନ୍ତି। ଏହିପରି ଅଙ୍ଗଭଙ୍ଗୀ କରିବା କେବଳ ମଜା କରିବା ନୁହେଁ ବରଂ ଏହା ଭେଦଭାବ ଅଟେ। ଏହି ଭୁଲ ପାଇଁ କ୍ଷମା ମାଗିବା ଉଚିତ୍‌।

The post ‘କ୍ଷମା ମାଗନ୍ତୁ…’ ତୌବା ତୌବା ଗୀତରେ ଡ୍ୟାନ୍ସ କରି ଫସିଲେ ଯୁବରାଜ, ହରଭଜନ, ରାଇନା, ଜାଣନ୍ତୁ ପୂରା ଘଟଣା appeared first on Dharitri Odia News.