ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର
ହିଞ୍ଜିଳିକାଟୁ, ୧୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଭାବନ୍ଧ ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବେଲଗାଁ ଥାନା ଭାବନ୍ଧ ଗ୍ରାମର ଟୁକୁନା ଦାସ। ସ୍ଥାନୀୟ ଲୋକେ ଗୁରୁତର ଟୁକୁନାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବେଲଗାଁ ନିକଟସ୍ଥ ତଥା ପୁରୁଷୋତ୍ତମପୁର ଥାନା ଶାର୍ଗୁଣାପଲୀ ଗ୍ରାମ ଓ ଭାବନ୍ଧ […] The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର appeared first on Dharitri Odia News.
ହିଞ୍ଜିଳିକାଟୁ, ୧୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଭାବନ୍ଧ ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବେଲଗାଁ ଥାନା ଭାବନ୍ଧ ଗ୍ରାମର ଟୁକୁନା ଦାସ। ସ୍ଥାନୀୟ ଲୋକେ ଗୁରୁତର ଟୁକୁନାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବେଲଗାଁ ନିକଟସ୍ଥ ତଥା ପୁରୁଷୋତ୍ତମପୁର ଥାନା ଶାର୍ଗୁଣାପଲୀ ଗ୍ରାମ ଓ ଭାବନ୍ଧ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଭାବନ୍ଧ ଗାଁ ନିକଟରେ ୨ ଗୋଷ୍ଠୀ ମାଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବେଲଗାଁ ଓ ପରେ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ଘଟଣା ନେଇ ପୋଲିସ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।
The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର appeared first on Dharitri Odia News.