ଖାଉଟିଙ୍କୁ ବାଧିଲାଣି ବଜାର ଦର
ବୌଦ୍ଧ,୨୯ା୭( ଅଜିତ କୁମାର ବାରିକ): ସାରା ରାଜ୍ୟରେ ଆଳୁକୁ ନେଇ ଖାଉଟି ଚିନ୍ତାରେ ପଡିଥିବା ବେଳେ ବୌଦ୍ଧରେ ଆଳୁ କିଲୋ ୫୦ ଟଙ୍କା ଉପରେ ରହିଛି। ଏପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆଳୁ କିଲୋ ୩୨ରୁ ୩୪ ଟଙ୍କା ଉପରେ କେହି ବିକ୍ରି କରିପାରିବେ ନାହିଁ ବୋଲି କହୁଥିବା ବେଳେ ଏହାକୁ କେହି ମାନୁନାହାନ୍ତି। ଗରିବ ଲୋକଙ୍କ ପାଇଁ ଆଳୁ ଓ ପିଆଜ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏହାର ଦର ବୃଦ୍ଧି ଚିନ୍ତାରେ ପକାଇଛି। […] The post ଖାଉଟିଙ୍କୁ ବାଧିଲାଣି ବଜାର ଦର appeared first on Dharitri Odia News.
ବୌଦ୍ଧ,୨୯ା୭( ଅଜିତ କୁମାର ବାରିକ): ସାରା ରାଜ୍ୟରେ ଆଳୁକୁ ନେଇ ଖାଉଟି ଚିନ୍ତାରେ ପଡିଥିବା ବେଳେ ବୌଦ୍ଧରେ ଆଳୁ କିଲୋ ୫୦ ଟଙ୍କା ଉପରେ ରହିଛି। ଏପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆଳୁ କିଲୋ ୩୨ରୁ ୩୪ ଟଙ୍କା ଉପରେ କେହି ବିକ୍ରି କରିପାରିବେ ନାହିଁ ବୋଲି କହୁଥିବା ବେଳେ ଏହାକୁ କେହି ମାନୁନାହାନ୍ତି। ଗରିବ ଲୋକଙ୍କ ପାଇଁ ଆଳୁ ଓ ପିଆଜ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏହାର ଦର ବୃଦ୍ଧି ଚିନ୍ତାରେ ପକାଇଛି। ଜିଲାରେ ପରିବାର ଦର ନିୟନ୍ତ୍ରଣରେ ପ୍ରଶାସନ ପୁରା ବିଫଳ ହୋଇପଡିଛି। ଜିଲାରେ ଆଳୁ ସହ ପିଆଜ ଦର ମଧ୍ୟ ୫୦ ଉପରେ ରହିଛି। ବୌଦ୍ଧ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଚଳିତବର୍ଷ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଜିଲାରେ ଟମାଟୋ କିଲୋ ୬୦, କଞ୍ଚାଲଙ୍କା ୨୦୦, ଭେଣ୍ଡି ୬୦, ଫୁଲ କୋବି କେଜି ୧୦୦, ବନ୍ଧା କୋବି ୬୦, ବାଇଗଣ କିଲୋ ୪୦ ଟଙ୍କା ଉପରେ ରହିଛି। ଜିଲାରେ ଗୋଟିଏ ହେଲେ ଶୀତଳଭଣ୍ଡାର ନ ଥିବା ବେଳେ ବାହାରୁ ପନିପରିବା ଆସୁଥିବାରୁ ପନିପରିବା ଦର ବୃଦ୍ଧି ପାଉଛି। ଅପରପକ୍ଷରେ ଶୀତଳ ଭଣ୍ଡାର ନ ଥିବାରୁ ଜିଲାର ଚାଷୀ ନିଜର ଉପତ୍ାଦିତ ପନିପରିବା ସଂରକ୍ଷିତ ରଖି ପାରୁ ନ ଥିବା ବେଳେ ଉଚିତ୍ ମୂଲ୍ୟ ପାଇ ନ ଥାଏ। ପନିପରିବା ଦର ବୃଦ୍ଧି ରୋକିବା ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
The post ଖାଉଟିଙ୍କୁ ବାଧିଲାଣି ବଜାର ଦର appeared first on Dharitri Odia News.