ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ
ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ ଧରି ନାଚିଥିବା ରାଜନେତା ଜଣଙ୍କ ହେଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ। ବୁଧବାର ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ହୋଇଥିବା ଗଣେଶ ପୂଜା ଭସାଣୀରେ ଜଣେ ଯୁବକଙ୍କ କାନ୍ଧ ଉପରେ ବସି ବନ୍ଧୁକ ଧରି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଧୁକଟି ଅସଲି ହୋଇଥିବା ଶୁଣିବାକୁ […] The post ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ appeared first on Dharitri Odia News.
ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ ଧରି ନାଚିଥିବା ରାଜନେତା ଜଣଙ୍କ ହେଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ।
ବୁଧବାର ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ହୋଇଥିବା ଗଣେଶ ପୂଜା ଭସାଣୀରେ ଜଣେ ଯୁବକଙ୍କ କାନ୍ଧ ଉପରେ ବସି ବନ୍ଧୁକ ଧରି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଧୁକଟି ଅସଲି ହୋଇଥିବା ଶୁଣିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଭସାଣ ଉତ୍ସବରେ କର୍ପୋରେଟଙ୍କୁ ବନ୍ଧୁକ ଧରି ନାଚିବାକୁ ଅନୁମତି ଦେଲା କିଏ ?
ଅନ୍ୟପଟେ ପୋଲିସ ଉପସ୍ଥିତ ଥାଇ ମଧ୍ୟ କର୍ପୋରେଟରଙ୍କୁ ବାରଣ ନକରି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ତେଣୁ ରାଜନେତାଙ୍କ ଏହି ଭିଡିଓ ମୋବାଇଲକୁ ମୋବାଇଲ ଘୁରିବୁଲିବା ସହ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେବା ପରେ କର୍ପୋରେଟଙ୍କୁ ଡିସିପି ଅଫିସରୁ ନୋଟିସ ଯାଇଛି । ଏହାସହ ଉକ୍ତ ବନ୍ଧୁକକୁ ଆଣି ଡିସିପି ଅଫିସର ଆଣି ହାଜର ହେବାକୁ ଡିସିପି ଅଫିସ ପକ୍ଷରୁ କୁହାଯାଇଛି ।
ଏନେଇ କର୍ପୋରେଟ ଜୀବନ କହିଛନ୍ତି ଭସାଣି ଉତ୍ସବରେ କେନ୍ଦ୍ରାପଡାରୁ ବାଜା ବାଲା ଡକାଯାଇଥିଲା । ତେଣୁ ଉକ୍ତ ବନ୍ଧୁକଟି ବାଜାବାଲାଙ୍କର ଓ କାଠ ବୋଲି ସେ କହିଛନ୍ତି । ପୂର୍ବରୁ କର୍ପୋରେଟ ଜୀବନଙ୍କ ନାଁ ରେ ମାମଲା ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି କର୍ପୋରେଟର ଜଣଙ୍କ ଗିରଫ ହୋଇଥିଲେ।
ସୂଚନାନୁସାରେ ଗଣେଶ ପୂଜା ଭସାଣୀରେ କୌଣସି ଅପ୍ରିତୀକର ପରିସ୍ଥିତ ନଉପୁଜେ ସେନେଇ ଶାନ୍ତି ଶୃଙ୍ଖଳାରେ ପରିଚାଳନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବାରଣ କରାଯାଇଛି । ଏହାସହ ଭସାଣୀ ଉତ୍ସବରେ ଯେମିତି ଗଣ୍ଡଗୋଳ ଭଳି ସମସ୍ୟା ନଦେଖାଯାଏ ସେନେଇ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଏହାସତ୍ତ୍ୱେ ବି କର୍ପୋରେଟ ଜଣଙ୍କ ଭସାଣୀ ଉତ୍ସବରେ ବନ୍ଧୁକ ଧରି ନାଚିଥିଲେ ।
The post ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ appeared first on Dharitri Odia News.