ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର ଶିବାନନ୍ଦ ସାହୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୯୭/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି । ବ୍ରହ୍ମପୁର ଏସ.ପି ସର୍ବଣା ବିବେକ. ଏମଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ତଦନ୍ତଭାର […] The post ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ   appeared first on Dharitri Odia News.

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର ଶିବାନନ୍ଦ ସାହୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୯୭/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି ।

ବ୍ରହ୍ମପୁର ଏସ.ପି ସର୍ବଣା ବିବେକ. ଏମଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ତଦନ୍ତଭାର ଗ୍ରହଣ କରିବା ସହ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛନ୍ତି। ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୀଡ଼ିତାଙ୍କ ଘର ଯାଜପୁର ଜିଲାରେ ହୋଇଥବା ବେଳେ ଚେନ୍ନାଇର ଏକ ସିଲେଇ କମ୍ପାନୀରେ କାମ କରୁଥିବା ବେଳେ ଗତ ପ୍ରାୟ ୭ ମାସ ପୂର୍ବେ ଶିବାନନ୍ଦଙ୍କ ସହ ତାଙ୍କ ସମ୍ପର୍କ ହୋଇଥିଲା। ସେ ତାଙ୍କୁ କୋର୍ଟରେ ରେଜିଷ୍ଟ୍ରି ବିବାହ କରିବାର ପ୍ରତିଶ୍ରୁତି ଦେଇ ଗତ ଜୁଲାଇ ୨ ତାରିଖରେ ଭୁବନେଶ୍ଵର ଆଣି ବରମୁଣ୍ଡା ଅଞ୍ଚଳରେ ଏକ ଭଡ଼ା ଘରେ ରଖି ତାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଥିଲେ। ପରେ ବିବାହ କରିବା ପାଇଁ ପୀଡ଼ିତା ଜଣକ ବାଧ୍ୟ କରିବାରୁ ଶିବାନନ୍ଦ ତାଙ୍କୁ ଗାଁ’କୁ ଆଣି ଏକ ଘରେ ରଖି ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ।

ଶିବାନନ୍ଦଙ୍କ ବାପା ସନାତନ ସାହୁ ଉକ୍ତଘରେ ପହଞ୍ଚି ତାଙ୍କୁ ଜାତିଆଣ ମନ୍ତବ୍ୟ ଦେବାସହ ମାଡ଼ ମାରିଥିଲେ। ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏହାପରେ ଶିବାନନ୍ଦ ତାଙ୍କୁ ପୁଣି ଚେନ୍ନାଇରେ ଛାଡ଼ି ଫେରାର ହୋଇଯାଇଥିଲେ। ମୋବାଇଲ ଫୋନରେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ତେବେ ଚେନ୍ନାଇରୁ ବହୁ କଷ୍ଟରେ ଫେରି ଗୁରୁବାର ଯୁବତୀ ଜଣକ ଥାନାରେ ଏତଲା ଦେବା ପରେ ତଦନ୍ତକାରୀ ଅଧିକାରୀ ଚିକିଟି ଏସଡିପିଓ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

The post ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ   appeared first on Dharitri Odia News.