ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ

ମୁମ୍ବାଇ, ୨ା୧: ଦେହ ଭୋକରେ ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ପୁର୍ବାଞ୍ଚଳରେ। ମଙ୍ଗଳବାର ଯେତେବେଳେ ସମସ୍ତେ ନୂଆବର୍ଷକୁ ସ୍ବାଗତ କରୁଥିଲେ। ସେତିକିବେଳେ ଶିଶୁ କନ୍ୟା ଜଣକ ବଳାତ୍କାର ଶିକାର ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ସୂଚନା ମୁତବକ, ମଙ୍ଗଳବାର ରାତି […] The post ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ appeared first on Dharitri Odia News.

ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ

ମୁମ୍ବାଇ, ୨ା୧: ଦେହ ଭୋକରେ ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ପୁର୍ବାଞ୍ଚଳରେ। ମଙ୍ଗଳବାର ଯେତେବେଳେ ସମସ୍ତେ ନୂଆବର୍ଷକୁ ସ୍ବାଗତ କରୁଥିଲେ। ସେତିକିବେଳେ ଶିଶୁ କନ୍ୟା ଜଣକ ବଳାତ୍କାର ଶିକାର ହୋଇଛି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ସୂଚନା ମୁତବକ, ମଙ୍ଗଳବାର ରାତି ପ୍ରାୟ ସାଢେ ୭ଟାରେ ଅଭିଯୁକ୍ତ ଶିଶୁ କନ୍ୟାଙ୍କ ଯତ୍ନ ନେବା ବାହାନାରେ ତାଙ୍କ ବାସଭବନକୁ ନେଇ ଆସିଥିଲେ। ପରେ ଅଭିଯୁକ୍ତ ଶୁଶୁକନ୍ୟାଙ୍କୁ ଯୌନ ନର୍ଯାତନା ଦେଇଥିଲେ। ଏପରିକି ଘଟଣା ସମ୍ପର୍କରେ ମା’ଙ୍କୁ ନ କହିବାକୁ ଧମକ ଦେଇଥିଲା।

ହେଲେ ଶିଶୁ କନ୍ୟା ଘରକୁ ଆସି କାନ୍ଦି କାନ୍ଦି ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପଡୋଶୀ ଯୁବକଙ୍କୁ ଅଟକ ରଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ପୋକସୋ ଆକ୍ଟର ଧାରା ୪, ୮ ଏବଂ ୧୨ରେ ଭାରତ ନ୍ୟାୟ ସଂହିତା ଧାରା ୬୪ ଏବଂ ୬୫ (୨) ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

The post ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ appeared first on Dharitri Odia News.