ନାଟ୍ୟଗୁରୁଙ୍କ ଏକାଦସାହ ରେ ସ୍ମୃତିସଭା ଓ ନାଟ୍ୟ ପରିବେଷଣ

ବେଲଗୁଣ୍ଠା,୧୧/୦୧- ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ନବରତ୍ନପୁର ବାଲିଝିରି ଗ୍ରାମର ନାଟ୍ୟଗୁରୁ କୀର୍ତ୍ତନ ଖଟେଇଙ୍କ ହୃଦଘାତରେ ପରଲୋକ ହୋଇଯାଇଥିଲା। ଆଜି ଏକାଦଶାହ ଅବସରରେ ନିଜ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସେବା ସମବାୟ ସମିତି ସଭାପତି ରାଜକୁମାର ବିଷୋୟୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶୋକ ସଭାରେ ଯୁବ ସମାଜସେବୀ ତଥା ସାମ୍ବାଦିକ ମାଧବ ଚନ୍ଦ୍ର ଆପଟ ଓ ନାଏବ ସରପଞ୍ଚ ଭଗବାନ ଖଟେଇ ଅତିଥି ଭାବେ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ନାଟ୍ୟଗୁରୁଙ୍କ […] The post ନାଟ୍ୟଗୁରୁଙ୍କ ଏକାଦସାହ ରେ ସ୍ମୃତିସଭା ଓ ନାଟ୍ୟ ପରିବେଷଣ appeared first on Odisha.News.

ନାଟ୍ୟଗୁରୁଙ୍କ ଏକାଦସାହ ରେ ସ୍ମୃତିସଭା ଓ ନାଟ୍ୟ ପରିବେଷଣ

ବେଲଗୁଣ୍ଠା,୧୧/୦୧- ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ନବରତ୍ନପୁର ବାଲିଝିରି ଗ୍ରାମର ନାଟ୍ୟଗୁରୁ କୀର୍ତ୍ତନ ଖଟେଇଙ୍କ ହୃଦଘାତରେ ପରଲୋକ ହୋଇଯାଇଥିଲା। ଆଜି ଏକାଦଶାହ ଅବସରରେ ନିଜ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସେବା ସମବାୟ ସମିତି ସଭାପତି ରାଜକୁମାର ବିଷୋୟୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶୋକ ସଭାରେ ଯୁବ ସମାଜସେବୀ ତଥା ସାମ୍ବାଦିକ ମାଧବ ଚନ୍ଦ୍ର ଆପଟ ଓ ନାଏବ ସରପଞ୍ଚ ଭଗବାନ ଖଟେଇ ଅତିଥି ଭାବେ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ନାଟ୍ୟଗୁରୁଙ୍କ ମୃତ୍ୟୁରେ ତାଙ୍କର ବିଭିନ୍ନ ଜାଗାରୁ ଆସିଥିବା ଭରାତଲୀଳା ନାଟ୍ୟର ଶିଷ୍ୟମାନେ ଗ୍ରାମରେ ନାଟ୍ୟ ପରିବେଷଣ କରିଥିଲେ। ଶିଷ୍ୟ ମାନେ ହେଲେ ପ୍ରମୋଦ କୁମାର ଦାସ, ଭଗବାନ ତ୍ରିପାଠୀ, ଅଶୋକ କୁମାର ଦାସ, ସଞ୍ଜୟ ଗୌଡ଼, ରବୀନ୍ଦ୍ର କୁମାର ବଡତ୍ୟା,ମିଟୁ ନାୟକ, ମିନତୀ ମାଳିକ, ଚରଣ ନାୟକଙ୍କ ସମେତ ବହୁ କଳାକାର ଓ ଗ୍ରାମବାସୀ ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ। ସେ ବହୁ ଗ୍ରାମକୁ ଯାଇ ଅତି ନିଖୁଣ ଭାବେ ଭାରତ ଲୀଳା ବା ସୁଭଦ୍ରା ପରିଣୟ ନାଟକକୁ ବିଭିନ୍ନ ଠାଣି ମାଧ୍ୟମରେ ଗୀତ ରଚନା କରି ସେ ଲୋକଙ୍କ ନିକଟତର ହୋଇ ପାରିଥିଲେ। ଏବଂ ତାଙ୍କର ଶିଷ୍ୟମାନେ ଏକତ୍ରିତ ହୋଇ ତାଙ୍କ ଗ୍ରାମରେ ପାଞ୍ଚଥଳ ଭରାତଲୀଳା ବା ଦୁଆରି ନାଚ ମଞ୍ଚସ୍ଥ ହୋଇଥିଲା।

The post ନାଟ୍ୟଗୁରୁଙ୍କ ଏକାଦସାହ ରେ ସ୍ମୃତିସଭା ଓ ନାଟ୍ୟ ପରିବେଷଣ appeared first on Odisha.News.