ଗୋପାଳପୁରରେ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପାଇଁ ସର୍ଭେ ଆରମ୍ଭ

ଗୋପାଳପୁର ୭/୧/ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଆଜି ଗୋପାଳପୁର ଏନ ଏ ସି ଅଞ୍ଚଳରେ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପାଇଁ ସର୍ଭେ ଆରମ୍ଭ ହୋଇଛି l ଦୁଇ ଦିନ ତଳେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଏ ନେଇ ସଚେତନ କରାଯାଇଥିଲା l ଆଜି କନିସି ତସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ନେତୃତ୍ୱରେ ୧୦ଟି ଟିମ ଗଠନ କରାଯାଇ ଅଂଚଳର ବିଭିନ୍ନ ୱାର୍ଡ଼ରେ ସର୍ଭେ ହୋଇଥିଲା l ଅଂଚଳରେ ମୋଟ ୪୦୩ ହିତାଧିକାରୀଙ୍କ ମଧ୍ୟରୁ […] The post ଗୋପାଳପୁରରେ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପାଇଁ ସର୍ଭେ ଆରମ୍ଭ appeared first on Odisha.News.

ଗୋପାଳପୁରରେ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପାଇଁ ସର୍ଭେ ଆରମ୍ଭ

ଗୋପାଳପୁର ୭/୧/ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଆଜି ଗୋପାଳପୁର ଏନ ଏ ସି ଅଞ୍ଚଳରେ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପାଇଁ ସର୍ଭେ ଆରମ୍ଭ ହୋଇଛି l ଦୁଇ ଦିନ ତଳେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଏ ନେଇ ସଚେତନ କରାଯାଇଥିଲା l ଆଜି କନିସି ତସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ନେତୃତ୍ୱରେ ୧୦ଟି ଟିମ ଗଠନ କରାଯାଇ ଅଂଚଳର ବିଭିନ୍ନ ୱାର୍ଡ଼ରେ ସର୍ଭେ ହୋଇଥିଲା l ଅଂଚଳରେ ମୋଟ ୪୦୩ ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ ଦିନରେ ପ୍ରାୟ ୩ ଶହ ହିତାଧିକାରୀଙ୍କ ସର୍ଭେ ହୋଇଥିବା ବେଳେ ବଳକା ହିତାଧିକାରୀଙ୍କ ଆସନ୍ତା କାଲି ସର୍ଭେ କରାଯିବ ବୋଲି ସୂଚନା ମିଳିଛି l ସର୍ଭେ ବେଳେ ତସିଲଦାରଙ୍କ ସମେତ କନିସି ରାଜସ୍ୱ ପରିଦର୍ଶକ ସୁବାଷ ଚନ୍ଦ୍ର ମଲ୍ଲିକ, ଅନାଦି ବେହେରା, ଗୋପାଳପୁର ରାଜସ୍ୱ ନିରକ୍ଷକ ରୁନା ବେହେରା, ଅମିନ ଡି. କାମେଶ୍ୱର ରାଓ, ସହାୟକ ରାଜସ୍ୱ ନିରକ୍ଷକ ରଶ୍ମିତା ମହାନ୍ତିଙ୍କ ସମେତ ତହସିଲ ଅଧୀନରେ ଥିବା ସମସ୍ତ ରାଜସ୍ୱ ନିରକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ l ଚଳିତ ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପ୍ରଦାନ କରାଯିବ ବୋଲି କତୃପକ୍ଷ ସୂଚନା ଦେଇଛନ୍ତି l

The post ଗୋପାଳପୁରରେ ଗ୍ରାମ କଣ୍ଟକ ଓ ଘରବାଡ଼ି ପଟ୍ଟା ପାଇଁ ସର୍ଭେ ଆରମ୍ଭ appeared first on Odisha.News.