ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍କୁ…
ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ରୁଷିଆ ଚିଫ୍ ଅଫ୍ ଷ୍ଟାଫ୍ ଭାଲେରି ଗାରାସିମୋଭ୍ଙ୍କ ସହ ଆଲୋଚନା ବେଳେ ପୁଟିନ୍ ଏକ ଟେଲିଭିଜନ ବାର୍ତ୍ତାରେ ଏହା କହିଛନ୍ତି। ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ କିଛି ମାସ ହେଲା ଉଦ୍ୟମ କରିଆସୁଛନ୍ତି। ଆଗାମୀ କିଛିଦିନ […] The post ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍କୁ… appeared first on Dharitri Odia News.
ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ରୁଷିଆ ଚିଫ୍ ଅଫ୍ ଷ୍ଟାଫ୍ ଭାଲେରି ଗାରାସିମୋଭ୍ଙ୍କ ସହ ଆଲୋଚନା ବେଳେ ପୁଟିନ୍ ଏକ ଟେଲିଭିଜନ ବାର୍ତ୍ତାରେ ଏହା କହିଛନ୍ତି।
ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ କିଛି ମାସ ହେଲା ଉଦ୍ୟମ କରିଆସୁଛନ୍ତି। ଆଗାମୀ କିଛିଦିନ ଭିତରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବା ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ଟ୍ରମ୍ପ୍ ପିସ୍ ଡିଲ୍ ମଧ୍ୟସ୍ଥତାରୁ ଓହରିଯିବେ ବୋଲି ଶୁକ୍ରବାର ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଚେତାବନୀ ଦେଇଥିଲେ। ପ୍ୟାରିସ୍ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଥିଲେ, ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ମାସ ଧରି ଉଦ୍ୟମ ଜାରି ରଖିବ ନାହିଁ। ଜରୁରୀ ଭିତ୍ତିରେ ସବୁକିଛି ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏହାର ଦିନକ ପରେ ପୁଟିନ୍ ଇଷ୍ଟର ପର୍ବ ଅବସରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛନ୍ତି।
The post ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍କୁ… appeared first on Dharitri Odia News.