ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ

ଭୁବନେଶ୍ୱର,୧।୧(ଅଭୟ ଦାଶ): ବର୍ତ୍ତମାନର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ସୋସିଆଲ ମିଡିଆ ଯୁଗରେ ମଧ୍ୟ ଯାଦୁକଳାର ଚାହିଦା ପୂର୍ବ ପରି ରହିଛି ବୋଲି ଡାଇମଣ୍ଡ ଷ୍ଟାର ଯାଦୁଗର ହେମରାଜ ମତପ୍ରକାଶ କରିଛନ୍ତି। ଏପରିକି ଭୁବନେଶ୍ୱରର ରବି ଟକିଜରେ ଜାରି ରହିଥିବା ‘ହେମରାଜ ମ୍ୟାଜିକ ଶୋ’ର ଦର୍ଶକଙ୍କ କହିବା ଅନୁଯାୟୀ ଯାଦୁକଳାକୁ ବଞ୍ଚାଇ ରଖିବା ସହିତ ହେମରାଜଙ୍କ ସୁନ୍ଦର କଳା ଓ ଆକର୍ଷଣୀୟ ମ୍ୟାଜିକ ପ୍ରଦର୍ଶନକୁ ସବୁ ବର୍ଗର ଦର୍ଶକ ଖୁବ ଉପଭୋଗ କରୁଛନ୍ତି। ସେହିପରି ପ୍ରଥମ ଥର […] The post ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ appeared first on Dharitri Odia News.

ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ

ଭୁବନେଶ୍ୱର,୧।୧(ଅଭୟ ଦାଶ): ବର୍ତ୍ତମାନର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ସୋସିଆଲ ମିଡିଆ ଯୁଗରେ ମଧ୍ୟ ଯାଦୁକଳାର ଚାହିଦା ପୂର୍ବ ପରି ରହିଛି ବୋଲି ଡାଇମଣ୍ଡ ଷ୍ଟାର ଯାଦୁଗର ହେମରାଜ ମତପ୍ରକାଶ କରିଛନ୍ତି। ଏପରିକି ଭୁବନେଶ୍ୱରର ରବି ଟକିଜରେ ଜାରି ରହିଥିବା ‘ହେମରାଜ ମ୍ୟାଜିକ ଶୋ’ର ଦର୍ଶକଙ୍କ କହିବା ଅନୁଯାୟୀ ଯାଦୁକଳାକୁ ବଞ୍ଚାଇ ରଖିବା ସହିତ ହେମରାଜଙ୍କ ସୁନ୍ଦର କଳା ଓ ଆକର୍ଷଣୀୟ ମ୍ୟାଜିକ ପ୍ରଦର୍ଶନକୁ ସବୁ ବର୍ଗର ଦର୍ଶକ ଖୁବ ଉପଭୋଗ କରୁଛନ୍ତି।
ସେହିପରି ପ୍ରଥମ ଥର ପାଇଁ ଭୁବନେଶ୍ୱରର ଏକ ଫିଲ୍ମ ହଲ ଜରିଆରେ ଏହି ମ୍ୟାଜିକ ଶୋ’ ପ୍ରଦର୍ଶିତ ହେଉଛି। ଏପରିକି ଶୃଙ୍ଖଳିତ ଭାବେ ମ୍ୟାଜିକ ଶୋ’କୁ ଆୟୋଜନ କରିବା ସହିତ ଦର୍ଶକଙ୍କ ଭଲ ପାଇବା ମିଳିବାରୁ ଆମେ ଚଳିତ ନବ ବର୍ଷ ଉପଲକ୍ଷେ ୪ଟି ଶୋ ’ ଆୟୋଜନ କରିଛୁ। ଏପରିକି ୧ ଜାନୁଆରୀ ୨୦୨୫ ଦିବା ୧ ଘଟିକା, ୩.୧୫ ଘଟିକା, ୫.୧୫ଘଟିକା ଏବଂ ସନ୍ଧ୍ୟା ୭.୩୦ ଘଟିକାରେ ଏହି ସ୍ବତନ୍ତ୍ର ଶୋ’ର ଆୟୋଜନ କରାଯାଉଛି।
ଅପରପକ୍ଷରେ ପ୍ରତିଦିନ ୨ଟି ଶୋ (ସୋମବାରରୁ ଶନିବାର ଅପରାହ୍ନ ୫.୧୫ଘଟିକା ଏବଂ ସନ୍ଧ୍ୟା ୭,୩୦ଘଟିକା) ଏବଂ ରବିବାର ଓ ଛୁଟିଦିନଗୁଡିକରେ ୩ଟି ଶୋ ( ଅପରାହ୍ନ ୩.୧୫ ଘଟିକା, ୫.୩୦ ଘଟିକା ଏବଂ ସନ୍ଧ୍ୟା ୭,୪୫ ଘଟିକା) ୨ ଘଣ୍ଟିଆ ପରିବେଷଣ କରାଯାଉଛି ବୋଲି ଆୟୋଜକ ତଥା ସଂସ୍ଥାର ମ୍ୟାନେଜର ଅତୁଲ ଯୋଶୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ appeared first on Dharitri Odia News.