ଯୌତୁକରେ ମିଳିଥିବା ୫.୫୧ ଲକ୍ଷ ଫେରାଇଲେ

ଜୈସଲ୍‌ମେର: ପଶ୍ଚିମ ରାଜସ୍ଥାନର ଜୈସଲମେର ଜିଲା ଲାଠି ଅଞ୍ଚଳସ୍ଥିତ କେରାଲିଆ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ଜଣେ ବର ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ରାଜସ୍ଥାନର ପାଲି ଜିଲା କଣ୍ଟାଲିଆ ଗ୍ରାମର ପରମବୀର ସିଂ କୁମାୱତଙ୍କ ବିବାହ ରବିବାର କେରାଲିଆ ଗ୍ରାମ ନିବାସୀ ଜେଠୁ ସିଂ ଭାଟିଙ୍କ ଝିଅ ନିକିତା ଭାଟିଙ୍କ ସହ ହୋଇଥିଲା। ତେବେ ବିବାହର ତିଲକ୍‌ ପ୍ରଥା ଚାଲିଥିବା ବେଳେ ଜେଠୁ ସିଂ […] The post ଯୌତୁକରେ ମିଳିଥିବା ୫.୫୧ ଲକ୍ଷ ଫେରାଇଲେ appeared first on Dharitri Odia News.

ଯୌତୁକରେ ମିଳିଥିବା ୫.୫୧ ଲକ୍ଷ ଫେରାଇଲେ

ଜୈସଲ୍‌ମେର: ପଶ୍ଚିମ ରାଜସ୍ଥାନର ଜୈସଲମେର ଜିଲା ଲାଠି ଅଞ୍ଚଳସ୍ଥିତ କେରାଲିଆ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ଜଣେ ବର ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ରାଜସ୍ଥାନର ପାଲି ଜିଲା କଣ୍ଟାଲିଆ ଗ୍ରାମର ପରମବୀର ସିଂ କୁମାୱତଙ୍କ ବିବାହ ରବିବାର କେରାଲିଆ ଗ୍ରାମ ନିବାସୀ ଜେଠୁ ସିଂ ଭାଟିଙ୍କ ଝିଅ ନିକିତା ଭାଟିଙ୍କ ସହ ହୋଇଥିଲା। ତେବେ ବିବାହର ତିଲକ୍‌ ପ୍ରଥା ଚାଲିଥିବା ବେଳେ ଜେଠୁ ସିଂ ତାଙ୍କ ଜ୍ବାଇଁ ପରମବୀରଙ୍କୁ ଉପହାର ସ୍ବରୂପ ୫ ଲକ୍ଷ ୫୧ ହଜାର ଟଙ୍କା ଦେଇଥିଲେ। ହଠାତ୍‌ ପରମବୀର ଏହି ଉପହାରକୁ ମନା କରି ପାରି ନଥିଲେ। ଏହାର କିଛି ସମୟ ପରେ ସେ ତାଙ୍କ ବାପା ଈଶ୍ୱର ସିଂ କୁମାୱତ୍‌ଙ୍କୁ ଉପହାରରେ ମିଳିଥିବା ୫ ଲକ୍ଷ ୫୧ ହଜାର ଟଙ୍କା କନ୍ୟା ପକ୍ଷଙ୍କୁ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ଈଶ୍ୱର ରାଜି ହୋଇଥିଲେ। ଏହାପରେ ଉଭୟ ପରମବୀର ଓ ତାଙ୍କ ବାପା ଈଶ୍ୱର କନ୍ୟାଙ୍କ ବାପା ଜେଠୁ ସିଂଙ୍କ ପାଖକୁ ଯାଇ ତିଲକ ପ୍ରଥା ବାବଦକୁ ଉପହାରରେ ମିଳିଥିବା ୫ ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦେବା ସହ ପରମ୍ପରାକୁ ନିଭାଇବା ପାଇଁ ସେମାନେ କନ୍ୟା ପକ୍ଷଙ୍କଠାରୁ କେବଳ ଗୋଟିଏ ୧ ଟଙ୍କିଆ କଏନ୍‌ ଓ ନଡ଼ିଆ ରଖିଥିଲେ। ବର ଓ ତାଙ୍କ ବାପାଙ୍କ ଏହି ଆଚରଣ ଦେଖି କନ୍ୟାଙ୍କ ବାପା
ଜେଠୁ ସିଂ ଭାବବିହ୍ବଳ ହୋଇ ଯାଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଥିବା ସମସ୍ତ ଅତିଥି ମଧ୍ୟ ଚକିତ ହୋଇଯାଇଥିଲେ। ଏହି ଘଟଣା କେବଳ କେରାଲିଆ ଗ୍ରାମରେ ନୁହେଁ, ବରଂ ଆଖପାଖ ଗ୍ରାମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣା ସମ୍ପର୍କରେ ପରମବୀର କହିଛନ୍ତି, ତାଙ୍କୁ ଓ ତାଙ୍କ ପରିବାରକୁ ଯୌତୁକ ଦରକାର ନାହିଁ। ରାଜପୁତ ସମାଜରେ ଯୌତୁକ ପ୍ରଥା ବନ୍ଦ କରିବାର ସନ୍ଦେଶ ଦେବା ପାଇଁ ସେ ତିଲକ ପରମ୍ପରାରେ ମିଳିଥିବା ଟଙ୍କାକୁ ଫେରାଇ ଦେଇଛନ୍ତି। ୩୦ ବର୍ଷୀୟ ପରମବୀର ହେଉଛନ୍ତି ଜଣେ ସିଭିଲ ସର୍ଭିସେସ୍‌ ଆସ୍ପିରାଣ୍ଟ। ତେଣୁ ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସମାଜରେ ଯୌତୁକ ପରି କୁପ୍ରଥାକୁ ସେ କେବେ ମଧ୍ୟ ପ୍ରଶ୍ରୟ ଦେବେ ନାହିଁ ବୋଲି ପରମବୀର କହିଛନ୍ତି। ତାଙ୍କ ବାପା ଈଶ୍ୱର ସିଂ କହିଛନ୍ତି, ଆଧୁନିକ ଭାରତରେ ଝିଅମାନେ ବିଭିନ୍ନ କ୍ଷେତ୍ରରେ ଦେଶ ଓ ସମାଜ ସମେତ ପରିବାରର ମଧ୍ୟ ପ୍ରତିନିଧିତ୍ତ୍ୱ କରୁଛନ୍ତି। ବିବାହ ଉତ୍ସବରେ କେବଳ ନଡ଼ିଆ ନେଇ ପରମ୍ପରାକୁ ନିଭାଇବାର ଆବଶ୍ୟକତା ରହିଛି। ପରମ୍ପରା ନଁାରେ ଲକ୍ଷାଧିକ ଟଙ୍କାର ଯୌତୁକ ଦିଆନିଆ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। କନ୍ୟାଙ୍କ ବାପା ଜେଠୁ ସିଂ କହିଛନ୍ତି, ସମାଜରେ ଲୋକଙ୍କ ମଧ୍ୟରେ ଯୌତୁକ ନ ନେବାର ମାନସିକତା ଆସିଗଲେ କୌଣସି ବାପା ସେମାନଙ୍କ ଝିଅଙ୍କୁ ଆଉ ବୋଝ ବୋଲି ଭାବିବେ ନାହିଁ।

The post ଯୌତୁକରେ ମିଳିଥିବା ୫.୫୧ ଲକ୍ଷ ଫେରାଇଲେ appeared first on Dharitri Odia News.