ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ

ମୋହନା,୧୨ା୨(ମନ୍ମଥ ମିଶ୍ର):ମୋହନା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର। ଶାରୀରିକ ଅକ୍ଷମତା ସହ ଦାରିଦ୍ର୍ୟ କାରଣ ପରିସ୍ଥିତି ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା ସତ୍ତ୍ୱେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା। ଆବାସ ଯୋଜନା ନ ମିଳିବାରୁ ଶେଷରେ ନିରୁପାୟ ହୋଇ ବ୍ଳକ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଖାରିଗୁଡ଼ା ଗ୍ରାମର ସୁମିତ୍ରା ନାୟକ। ସୁମିତ୍ରା ନାୟକଙ୍କ […] The post ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ appeared first on Dharitri Odia News.

ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ

ମୋହନା,୧୨ା୨(ମନ୍ମଥ ମିଶ୍ର):ମୋହନା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର। ଶାରୀରିକ ଅକ୍ଷମତା ସହ ଦାରିଦ୍ର୍ୟ କାରଣ ପରିସ୍ଥିତି ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା ସତ୍ତ୍ୱେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା। ଆବାସ ଯୋଜନା ନ ମିଳିବାରୁ ଶେଷରେ ନିରୁପାୟ ହୋଇ ବ୍ଳକ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଖାରିଗୁଡ଼ା ଗ୍ରାମର ସୁମିତ୍ରା ନାୟକ। ସୁମିତ୍ରା ନାୟକଙ୍କ ସହ ମାନସିକ ଭାରସାମ୍ୟ ହରାଇଥିବା ଝିଅ ଅମ୍ରିତା ନାୟକ ଓ କୋମଳମତି ଶିଶୁ କ୍ରିସ୍‌ ବଳିଆରର୍ସିଂ ଭଙ୍ଗା କୁଡିଆ ଘରେ ରହି ଆସୁଛନ୍ତି। ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ଟଙ୍କା ମା’ ଓ ଝିଅଙ୍କୁ ମିଳୁଥିବା ବେଳେ କୋମଳମତି ଶିଶୁ ଘରେ ପଡ଼ି ରହିଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ବାଧ୍ୟ ହୋଇ ବ୍ଲକ ପରିସରରେ ଥିବା ମଣ୍ଡପରେ ତିନିଦିନ ଧରି ପଡ଼ି ରହିଛନ୍ତି। ଆମେ ଏ ନେଇ ମୋହନା ବିଡିଓ ହଳଧର ଶବରଙ୍କୁ ପଚାରି ବୁଝିଥିଲୁ ଅତିଶୀଘ୍ର ରହିବା ପାଇଁ ଘର ଖଣ୍ଡେ ବ୍ୟବସ୍ଥା କରି ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

The post ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ appeared first on Dharitri Odia News.