କଟକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି କରିଥିଲେ ମୋହନ

କଟକ, ୧୨ା୬(ଶିଳ୍ପା ପ୍ରିୟଦର୍ଶିନୀ):କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବୁଧବାର ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇତିମଧ୍ୟରେ ତାଙ୍କ ସହ କଟକର ଏକ ସ୍ମୃତି ରହିଛି। ମୋହନ ୩ଥର ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବା ସମୟରେ ତାଙ୍କର ନିର୍ବାଚନ ଗୀତ ଲେଖି ତାଙ୍କୁ ଆହୁରି ଲୋକପ୍ରିୟ କରାଇଥିଲେ କଟକ ମହତାବ ଅଞ୍ଚଳରେ […] The post କଟକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି କରିଥିଲେ ମୋହନ appeared first on Dharitri Odia News.

କଟକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି କରିଥିଲେ ମୋହନ

କଟକ, ୧୨ା୬(ଶିଳ୍ପା ପ୍ରିୟଦର୍ଶିନୀ):କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବୁଧବାର ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇତିମଧ୍ୟରେ ତାଙ୍କ ସହ କଟକର ଏକ ସ୍ମୃତି ରହିଛି। ମୋହନ ୩ଥର ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବା ସମୟରେ ତାଙ୍କର ନିର୍ବାଚନ ଗୀତ ଲେଖି ତାଙ୍କୁ ଆହୁରି ଲୋକପ୍ରିୟ କରାଇଥିଲେ କଟକ ମହତାବ ଅଞ୍ଚଳରେ ଥିବା ମା’ କାଳୀ ଷ୍ଟୁଡିଓର ମୁଖ୍ୟ ତଥା ସଙ୍ଗୀତକାର ଦିଲୀପ ଜେନା। ୨୦୧୪,
୨୦୧୯ ଓ ୨୦୨୪ ନିର୍ବାଚନରେ ମୋହନଙ୍କ ନିର୍ବାଚନୀ ଗୀତ ଓ ସ୍ଲୋଗାନ ଲେଖିବା ସହ ତାକୁ ସ୍ବର ଦେଇଥିଲେ ଦିଲୀପ। ଏପରି କି ଚଳିତ ନିର୍ବାଚନରେ ଗୀତ ରେକର୍ଡିଂ ସମୟରେ ୫ ଘଣ୍ଟା ଷ୍ଟୁଡିଓରେ ରହି ମୋହନ ଗୀତ ରେକର୍ଡ କରିଥିଲେ। ନିର୍ବାଚନ ଫଳାଫଳ ଆସିବା ପରେ ମୋହନଙ୍କୁ ଫୋନ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ଦିଲୀପ। ମଙ୍ଗଳବାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ପରେ ଦିଲୀପଙ୍କ ଷ୍ଟୁଡିଓରେ ଖୁସିର ଲହରି ଖେଳିଯାଇଛି। ସମସ୍ତ କର୍ମକର୍ତ୍ତା ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ଦିଲୀପ କହିଛନ୍ତି, ମୋହନ ଜଣେ ସଚ୍ଚୋଟ ବ୍ୟକ୍ତି। ବିଧାୟକ ସମୟରେ କେନ୍ଦୁଝର ପାଇଁ ସ୍ବର ଉଠାଉଥିଲାବେଳେ ବର୍ତ୍ତମାନ ରାଜ୍ୟର ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବାରେ ସେ କେବେ ପଛଘୁଞ୍ଚା ଦେବେନି ବୋଲି ଆଶା ରହିଛି। ଭୋଟ ଗଣତି ପରଦିନ ତାଙ୍କୁ ଶୁଭେଚ୍ଛା ଜଣାଇଥିଲି ବୋଲି ଜେନା କହିଛନ୍ତି।

The post କଟକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି କରିଥିଲେ ମୋହନ appeared first on Dharitri Odia News.