ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା ଦ୍ୱାରା ହାର୍ଟ ବା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ। ବର୍ତ୍ତମାନ ମେଦବହୁଳତା ବା ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଅମୃତଭଣ୍ଡାରେ ପପେନ୍‌ ନାମକ ତତ୍ତ୍ୱ ରହିଛି, ଯାହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଏତଦ୍‌ବ୍ୟତୀତ ଏଥିରେ ଜଳୀୟ ଅଂଶ […] The post ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା appeared first on Dharitri Odia News.

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା ଦ୍ୱାରା ହାର୍ଟ ବା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ। ବର୍ତ୍ତମାନ ମେଦବହୁଳତା ବା ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଅମୃତଭଣ୍ଡାରେ ପପେନ୍‌ ନାମକ ତତ୍ତ୍ୱ ରହିଛି, ଯାହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଏତଦ୍‌ବ୍ୟତୀତ ଏଥିରେ ଜଳୀୟ ଅଂଶ ମଧ୍ୟ ଭରି ରହିଛି। ସବୁଠାରୁ ଖାସ୍‌ କଥା ହେଲା, ସବୁବେଳେ ଅମୃତଭଣ୍ଡା ଖାଇଲେ ତାହାର ସୁପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଏଥିରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏହା କୋଷ (ସେଲ୍‌)କୁ କ୍ୟାନ୍‌ସରଠାରୁ କେତେକାଂଶରେ ଦୂରେଇ ରଖିଥାଏ।

The post ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା appeared first on Dharitri Odia News.