ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି
କଟକ,୧୯ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ଆମିକସ୍କ୍ୟୁରି ହାଇକୋର୍ଟରେ ଗୁରୁବାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ ଆମିକସ୍କ୍ୟୁରି ନାଟମଣ୍ଡପ ମରାମତି କାର୍ଯ୍ୟ ଅନୁଧ୍ୟାନର ରିପୋର୍ଟ ଦେଇଛନ୍ତି। ଗତ ୧୦ ତାରିଖରେ କୋର୍ କମିଟି ଓ ଏଏସ୍ଆଇର ମିଳିତ ବୈଠକ ବସି ନାଟମଣ୍ଡପ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଥିବା ଏଏସ୍ଆଇ ଆମିକସ୍କ୍ୟୁରିଙ୍କୁ ଜଣାଇଛନ୍ତି। ଏଥିସହ ନାଟମଣ୍ଡପ କାମ ଅବିରତ ଚାଲିଛି ବୋଲି […] The post ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି appeared first on Dharitri Odia News.
କଟକ,୧୯ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ଆମିକସ୍କ୍ୟୁରି ହାଇକୋର୍ଟରେ ଗୁରୁବାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ ଆମିକସ୍କ୍ୟୁରି ନାଟମଣ୍ଡପ ମରାମତି କାର୍ଯ୍ୟ ଅନୁଧ୍ୟାନର ରିପୋର୍ଟ ଦେଇଛନ୍ତି। ଗତ ୧୦ ତାରିଖରେ କୋର୍ କମିଟି ଓ ଏଏସ୍ଆଇର ମିଳିତ ବୈଠକ ବସି ନାଟମଣ୍ଡପ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଥିବା ଏଏସ୍ଆଇ ଆମିକସ୍କ୍ୟୁରିଙ୍କୁ ଜଣାଇଛନ୍ତି। ଏଥିସହ ନାଟମଣ୍ଡପ କାମ ଅବିରତ ଚାଲିଛି ବୋଲି ଆମିକସ୍କ୍ୟୁରି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏପ୍ରିଲ ୩୦ ସୁଦ୍ଧା ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ହାଇକୋର୍ଟ ଗତ ନଭେମ୍ବର ୧୫ ତାରିଖ ଶୁଣାଣିରେ ନାଟମଣ୍ଡପ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମରାମତି କାର୍ଯ୍ୟ ଦିନକୁ ୬ ଘଣ୍ଟା ଲେଖାଏ କରି ୧୨୦ ଦିନରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍କ୍ୟୁରି ଏହି କାର୍ଯ୍ୟର ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଏଏସ୍ଆଇକୁ ସହଯୋଗ ଯୋଗାଇ ଦେବ। ଏଥିସହ ଶ୍ରଦ୍ଧାଳୁମାନେ ଯେପରି ଠାକୁର ଦର୍ଶନ କରିବା ନେଇ ଅସୁବିଧାରେ ନପଡ଼ନ୍ତି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବ। ନାଟମଣ୍ଡପ ମରାମତି ଓ ଠାକୁର ଦର୍ଶନ ଉଭୟ କାର୍ଯ୍ୟ ଠିକ୍ ଭାବେ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଭୟ ମଧ୍ୟରେ ସମନ୍ବୟ ରକ୍ଷା କରିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ନଭେମ୍ବର ୧୭ ତାରିଖରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଅବିରତ ଚାଲିଛି। କଟକର ଅଭିଷେକ ଦାସଙ୍କ ଦ୍ୱାରା ରୁଜୁ ଜନସ୍ବାର୍ଥ ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ପରିଚାଳନା କରୁଛନ୍ତି।
The post ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି appeared first on Dharitri Odia News.