ଅବସର ଘୋଷଣା କରି ଶୁଟିଂସେଟ୍କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ଦିନ ପୂର୍ବରୁ ସେ ଅଭିନୟରୁ ବିରତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟରୁ ବିରତି ନେଉଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଲୋକମାନେ ଏହାକୁ ଭୁଲ ବୁଝି ଏହାକୁ ଅବସର ବୋଲି ଅନୁମାନ କରିଥିଲେ। ଯାହା ପରେ ସେ ପୋଷ୍ଟ ଶେୟାର କରି ସ୍ପଷ୍ଟ କରିଥିଲେ। ତେବେ ୪ଦିନର ଅବସର ପରେ ବିକ୍ରାନ୍ତ ବର୍ତ୍ତମାନ ସେଟକୁ […] The post ଅବସର ଘୋଷଣା କରି ଶୁଟିଂସେଟ୍କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ appeared first on Dharitri Odia News.
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ଦିନ ପୂର୍ବରୁ ସେ ଅଭିନୟରୁ ବିରତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟରୁ ବିରତି ନେଉଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଲୋକମାନେ ଏହାକୁ ଭୁଲ ବୁଝି ଏହାକୁ ଅବସର ବୋଲି ଅନୁମାନ କରିଥିଲେ। ଯାହା ପରେ ସେ ପୋଷ୍ଟ ଶେୟାର କରି ସ୍ପଷ୍ଟ କରିଥିଲେ। ତେବେ ୪ଦିନର ଅବସର ପରେ ବିକ୍ରାନ୍ତ ବର୍ତ୍ତମାନ ସେଟକୁ ଫେରିଛନ୍ତି। ସେ ଡେରାଡୁନରେ ଶାନୟା କପୁରଙ୍କ ସହ ସୁଟିଂ ଆରମ୍ଭ କରିଛନ୍ତି।
ବିକ୍ରାନ୍ତ ତାଙ୍କ ପୋଷ୍ଟରେ କହିଥିଲେ, ତାଙ୍କର ଦୁଇଟି ଫିଲ୍ମ ୨୦୨୫ରେ ରିଲିଜ ହେବାକୁ ଯାଉଛି। ସେଥିମଧ୍ୟରୁ ଗୋଟିଏର ସୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ଫିଲ୍ମର ନାମ ହେଉଛି ଆନ୍ଖୋ କି ଗୁସ୍ତଖିଆଁ। ଯେଉଁଥିରେ ତାଙ୍କୁ ଶାନୟା କପୁରଙ୍କ ସହ ଦେଖିବାକୁ ମିଳିବ।
ବିକ୍ରାନ୍ତ ତାଙ୍କ ବିରତି ଘୋଷଣା କରିଥିଲେ ମଧ୍ୟ ତାଙ୍କ ଶୁଟିଂ ବାକି ଅଛି। ତେବେ ସେ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ସେଟକୁ ଫେରିଛନ୍ତି। ସେ ଡେରାଡୁନରେ ଶାନୟା କପୁରଙ୍କ ସହ ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମ ଦ୍ୱାରା ଶାନୟା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
The post ଅବସର ଘୋଷଣା କରି ଶୁଟିଂସେଟ୍କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ appeared first on Dharitri Odia News.