ଅଯୋଗ୍ୟ ଘୋଷିତ ହେଲେ ଖୁଣ୍ଟିଗୋରା ସରପଞ୍ଚ, ଜାଣନ୍ତୁ କେଉଁ କାରଣ ପାଇଁ…

ଘଣ୍ଟାପଡ଼ା,୨୨।୧୨: (ପ୍ରଭାତ କୁମାର ସାହୁ)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ନିର୍ବାଚନ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି । କୋର୍ଟ ରାୟରେ ବିଜୟୀ ସରପଞ୍ଚ ସୁନୀତା ମାଝିଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆବେଦନକାରୀ ପ୍ରଭାସିନୀ ଖଟୁଆଙ୍କୁ ବିଜୟୀ ଘୋଷଣା କରିଛନ୍ତି। ସୂଚନା ମୁତାବକ, ୨୦୨୧ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀରେ ପ୍ରଭାସିନୀ ଖଟୁଆଙ୍କୁ ହରାଇ ସୁନୀତା ମାଝି […] The post ଅଯୋଗ୍ୟ ଘୋଷିତ ହେଲେ ଖୁଣ୍ଟିଗୋରା ସରପଞ୍ଚ, ଜାଣନ୍ତୁ କେଉଁ କାରଣ ପାଇଁ… appeared first on Dharitri Odia News.

ଅଯୋଗ୍ୟ ଘୋଷିତ ହେଲେ ଖୁଣ୍ଟିଗୋରା ସରପଞ୍ଚ, ଜାଣନ୍ତୁ କେଉଁ କାରଣ ପାଇଁ…

ଘଣ୍ଟାପଡ଼ା,୨୨।୧୨: (ପ୍ରଭାତ କୁମାର ସାହୁ)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ନିର୍ବାଚନ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି । କୋର୍ଟ ରାୟରେ ବିଜୟୀ ସରପଞ୍ଚ ସୁନୀତା ମାଝିଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆବେଦନକାରୀ ପ୍ରଭାସିନୀ ଖଟୁଆଙ୍କୁ ବିଜୟୀ ଘୋଷଣା କରିଛନ୍ତି।
ସୂଚନା ମୁତାବକ, ୨୦୨୧ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀରେ ପ୍ରଭାସିନୀ ଖଟୁଆଙ୍କୁ ହରାଇ ସୁନୀତା ମାଝି ବିଜୟ ଲାଭ କରି ସରପଞ୍ଚ ପଦବୀରେ ଆସୀନ ହୋଇଥିଲେ । ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ପ୍ରଭାସିନୀ ଖଟୁଆ ଅଦାଲତର ଦ୍ୱାରସ୍ଥ ହୋଇ ତିନୋଟି ସନ୍ତାନର ଜନନୀ ହୋଇଥିବାରୁ ସୁନୀତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିବେଦନ କରିଥିଲେ। ମାମଲାର ଶୁଣାଣି କରି କଣ୍ଟାମାଳ ସିଭିଲ ଜଜ୍‌ ଜୁନିୟର ଡିଭିଜନ ସତ୍ୟନାରାୟଣ ଦାସ ଶୁକ୍ରବାର ତାଙ୍କ ରାୟ ପ୍ରକାଶ କରିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ  ବୌଦ୍ଧର ବରିଷ୍ଠ ଓକିଲ ସଚିଦାନନ୍ଦ ଦଲାଲ ମାମଲା ପରିଚାଳନା କରିଥିଲେ। ଅଦାଲତର ରାୟ ପରେ ଆବେଦନକାରୀ ପ୍ରଭାସିନୀ ଖଟୁଆ ନ୍ୟାୟର ବିଜୟୀ ହୋଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅଯୋଗ୍ୟ ପ୍ରାର୍ଥତ୍ନୀ ସୁନୀତା ମାଝିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଅଯୋଗ୍ୟ ଘୋଷିତ ହେଲେ ଖୁଣ୍ଟିଗୋରା ସରପଞ୍ଚ, ଜାଣନ୍ତୁ କେଉଁ କାରଣ ପାଇଁ… appeared first on Dharitri Odia News.