ରସିକିଆ ସ୍ବାମୀଙ୍କୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ, ପରେ…

ଭୁବନେଶ୍ୱର,୧୪।୮ : ରସିକିଆ ସ୍ବାମୀଙ୍କୁ ହୋଟେଲ ରୁମ ଭିତରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ। ସ୍ବାମୀ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ। ରସିକ ସ୍ବାମୀଙ୍କ ସମ୍ପର୍କରେ ସୂଚନା ପାଇ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ସ୍ବାମୀ ବଙ୍ଗୀୟ ଯୁବତୀମାନଙ୍କ ସହ ଥିବା ବେଳେ ପୋଲିସ ରେଡ କରିଥିଲା। ଧରାପଡିବା ପରେ ଅଭିଯୁକ୍ତ ସ୍ବାମୀ ସହ ଦୁଇ ବଙ୍ଗୀୟ ଯୁବତୀ […] The post ରସିକିଆ ସ୍ବାମୀଙ୍କୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ, ପରେ… appeared first on Dharitri Odia News.

ରସିକିଆ ସ୍ବାମୀଙ୍କୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ, ପରେ…
ଭୁବନେଶ୍ୱର,୧୪।୮ : ରସିକିଆ ସ୍ବାମୀଙ୍କୁ ହୋଟେଲ ରୁମ ଭିତରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ। ସ୍ବାମୀ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ। ରସିକ ସ୍ବାମୀଙ୍କ ସମ୍ପର୍କରେ ସୂଚନା ପାଇ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ସ୍ବାମୀ ବଙ୍ଗୀୟ ଯୁବତୀମାନଙ୍କ ସହ ଥିବା ବେଳେ ପୋଲିସ ରେଡ କରିଥିଲା।
ଧରାପଡିବା ପରେ ଅଭିଯୁକ୍ତ ସ୍ବାମୀ ସହ ଦୁଇ ବଙ୍ଗୀୟ ଯୁବତୀ ଇନଫୋସିଟି ଥାନାରେ ଅଟକ ଅଛନ୍ତି। ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ ପେସାରେ ଜଣେ ରାପର । ସଙ୍ଗୀତର ରାପ କରନ୍ତି। ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାରେ ମଧ୍ୟ ପୂର୍ବରୁ କେଶ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି।

The post ରସିକିଆ ସ୍ବାମୀଙ୍କୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ, ପରେ… appeared first on Dharitri Odia News.