ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି। ୨ ଆସନ ମଧ୍ୟରୁ ବରୀର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ଧର୍ମଶାଳାର ହିମାଂଶୁ ଶେଖର ସାହୁ ଏକଦା ବିଜେଡିରେ ଥିଲେ ଓ ପରବର୍ତ୍ତୀ ସମୟରେ ଭାଜପାରେ ମିଶିଛନ୍ତି। ଉଭୟେ କଥିତ ଦୁଇଟି ନିର୍ବାଚନମଣ୍ଡଳୀରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦୁହେଁ ବାଦ୍‌ ପଡ଼ିଛନ୍ତିି। ଦଳୀୟ ଟିକେଟରୁ ବଞ୍ଚତ୍ତ […] The post ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର appeared first on Dharitri Odia News.

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି। ୨ ଆସନ ମଧ୍ୟରୁ ବରୀର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ଧର୍ମଶାଳାର ହିମାଂଶୁ ଶେଖର ସାହୁ ଏକଦା ବିଜେଡିରେ ଥିଲେ ଓ ପରବର୍ତ୍ତୀ ସମୟରେ ଭାଜପାରେ ମିଶିଛନ୍ତି। ଉଭୟେ କଥିତ ଦୁଇଟି ନିର୍ବାଚନମଣ୍ଡଳୀରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦୁହେଁ ବାଦ୍‌ ପଡ଼ିଛନ୍ତିି। ଦଳୀୟ ଟିକେଟରୁ ବଞ୍ଚତ୍ତ ହେବା ପରେ ଦେବାଶିଷ ଓ ହିମାଂଶୁ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି କହୁଛନ୍ତି। ଏଭଳି ସ୍ଥିତି ବରୀ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀର ଭୋଟ ଅଙ୍କକୁ ବିଗାଡ଼ିି ଦେବ ବୋଲି କୁହାଯାଉଛି।
୨୦୧୯ ସାଧାରଣ ନିର୍ବାଚନରେ ବରୀ ନିର୍ବାଚନମଣ୍ଡଳୀରୁ ଦେବାଶିଷ ନାୟକଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା। ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏଥର ନିର୍ବାଚନର କେଇମାସ ପୂର୍ବରୁ ଦେବାଶିଷ ଭାଜପାରେ ଯୋଗଦେଇଥିଲେ। ତାଙ୍କୁ ଦଳ ଟିକେଟ ଦେବ ବୋଲି ସେ ଆଶାବାଦୀ ଥିଲେ। ଶେଷ ମୁହୂର୍ତ୍ତରେ ବରୀରେ ଦଳ ଉମେଶ ଜେନାଙ୍କୁ ଟିକେଟ ଦେଇଛି। ଦଳର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦେବାଶିଷ। ତେଣୁ ସେ ବରୀରୁ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ପ୍ରଚାର ଆରମ୍ଭ କଲେଣି।
ଅନୁରୂପ ଭାବେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ହିମାଂଶୁଙ୍କୁ ଭାଜପା ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କ ଉପରେ ଭରସା କରିଛି। ଏହା ସତ୍ତ୍ୱେ ହିମାଂଶୁ ମଇଦାନ ଛାଡ଼ିନାହାନ୍ତି। ଦଳ ଟିକେଟର ପୁନଃବିଚାର କରିବ ବୋଲି ସେ ଆଶାବାଦୀ ଅଛନ୍ତି। ଟିକେଟ ନ ମିଳିଲେ ସେ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। ହିମାଂଶୁ ଶକ୍ତି ପ୍ରଦର୍ଶନ ଆଳରେ ବିଭିନ୍ନ ସଭାସମିତି, ଶୋଭାଯାତ୍ରା କରୁଛନ୍ତି। ତାଙ୍କ ପ୍ରତି ରହୁଥିବା ଜନସମର୍ଥନ ଧର୍ମଶାଳା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀମାନେ ଭୋଟ ଅଙ୍କକୁ ଓଲଟପାଲଟ କରିଦେବେ ବୋଲି କୁହାଯାଉଥିବାବେଳେ ବିରୋଧୀ ପ୍ରାର୍ଥୀମାନଙ୍କୁ ଏଥିରୁ କେତେ ଫାଇଦା ମିଳୁଛି ତାକୁ ଦେଖିବାକୁ ବାକି ରହିଲା।
ବରୀ ନିର୍ବାଚନମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ବିଜୟ ବ୍ୟବଧାନ ବହୁତ କମ୍‌ ରହିଥିଲା। ଏଥର ବରୀରେ ବିଧାୟିକା ସୁନନ୍ଦା ଦାସଙ୍କୁ ବାଦ୍‌ ଦେଇ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ସୁନନ୍ଦା ଓ ଦେବାଶିଷଙ୍କ ସମର୍ଥକଙ୍କ ମଧ୍ୟରେ ବୁଝାମଣା ହେଲେ ତାହା ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିଭଳି ୩୦ବର୍ଷ ଧରି ଧର୍ମଶାଳାରେ ଗୋଟିଏ ପରିବାର ରାଜୁତି(ପରିବାରବାଦ୍‌)କୁ ବିରୋଧ କରୁଛନ୍ତି ହିମାଂଶୁ। ତେଣୁ ହିମାଂଶୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଲେ ତାହା ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।

The post ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର appeared first on Dharitri Odia News.