ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!

ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି। ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ପ୍ରବେଶ ନକରିବା ପାଇଁ ଏହି ବାଡ଼ ବର୍ଷ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ବାଂଲାଦେଶ ସେନା ହଠାତ୍‌ କର୍ମଚାରୀଙ୍କ ନିକଟକୁ ଆସି ସେମାନଙ୍କୁ କାମ […] The post ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ! appeared first on Dharitri Odia News.

ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!

ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି। ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ପ୍ରବେଶ ନକରିବା ପାଇଁ ଏହି ବାଡ଼ ବର୍ଷ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ବାଂଲାଦେଶ ସେନା ହଠାତ୍‌ କର୍ମଚାରୀଙ୍କ ନିକଟକୁ ଆସି ସେମାନଙ୍କୁ କାମ ବନ୍ଦ କରିବାକୁ କହି ଚୁପ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ଏବଂ ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରୁଛି। ସୂଚନାଯୋଗ୍ୟ ଯେ ଏହି ବାଡ ସୀମାରେ ନୁହେଁ ବରଂ ସୀମା ନିକଟରେ ନିର୍ମାଣ କରାଯାଉଥିଲା।

ବିଏସଏଫର ଜଣେ ବରିଷ୍ଠ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ ୨୦୧୨ରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ କ୍ୟାଟେଲ ଫେସିଂ ନିର୍ମାଣ କରାଯାଉଛି। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆମର କର୍ମଚାରୀମାନେ ଏହା ନିର୍ମାଣ ଉପରେ ନଜର ରଖିଥିଲେ, ସେତେବେଳେ ବିଜିବି କର୍ମଚାରୀ ସେଠାରେ ପହଞ୍ଚି ଆପତ୍ତି ଉଠାଇଥିଲେ। ସୀମାରେ ଏକ ବାଡ଼ ମଧ୍ୟ ନଥିଲା … ଗୋଟିଏ ଦେଶରୁ କ୍ୟାଟେଲ ଅନ୍ୟ ଦେଶକୁ ପ୍ରବେଶ ନକରିବା ପାଇଁ ଏହି ବାଡ ନିର୍ମାଣ କରାଯାଉଥିଲା କାରଣ ଏହା ଦ୍ୱାରା ଉଭୟ ପାର୍ଶ୍ୱରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ଜିବି ଏବଂ ବିଏସଏଫ ବାଟାଲିୟନର କମାଣ୍ଡାଣ୍ଟମାନେ ଏହି ସମସ୍ୟାର ସମାଧାନ ପାଇଁ ସୀମାରେ ଏକ ବୈଠକ କରିଥିଲେ କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ ଏବଂ ଏହି ଖବର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିଛି।

The post ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ! appeared first on Dharitri Odia News.